ବୁଧବାର ସନ୍ଧ୍ୟାରେ ମେଘାଳୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ । ମେଘାଳୟର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳୀ ଶିଲଂ ଠାରୁ ୧୦ କିମି ଦୂରରେ ସୃଷ୍ଟି ହୋଇଥିଲା ବୋଲି ସୂଚନା ମିଳିଛି । ଭୂକମ୍ପର ଝଟକା ଅନୁଭୂତ ପରେ ଲୋକମାନେ ଘରୁ ବାହାରି ଏଣେତେଣେ ଦୌଡ଼ି ପଳାଇଥିଲେ । ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଭୂକମ୍ପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ସେହିପରି ମିଆଁମାରରେ ମଧ୍ୟ ଭୂକମ୍ପ ସୃଷ୍ଟି ହୋଇଥିଲା । ଭୂକମ୍ପର ତୀବ୍ରତା ୫.୬ ରହିଥିଲା ।