ଆଜିକାଲି ବିବାହ ପୂର୍ବରୁ ପ୍ରି-ୱେଡିଙ୍ଗ ଫଟୋସୁଟ୍ ର ବେଶ ପ୍ରଚଳନ ରହିଛି । ଲୋକମାନେ ବହୁତ ସୁନ୍ଦର ସୁନ୍ଦର ଜାଗା, ମ୍ୟାଚିଙ୍ଗ କଷ୍ଟ୍ୟୁମ ସହ ନୂଆ ନୂଆ ଥିମରେ ପ୍ରି-ୱେଡିଙ୍ଗ ଫଟୋସୁଟ୍ କରିଥାନ୍ତି । ଯାହା ତାଙ୍କର ବିବାହକୁ ଆହୁରି ସ୍ପେସିଆଲ ଆଉ ମେମୋରେୱଲ କରିଥାଏ । ହେଲେ ନିକଟରେ ଜଣେ ଡାକ୍ତର ତାଙ୍କ ଅଜବ ପ୍ରି-ୱେଡିଙ୍ଗ ଫଟୋସୁଟ୍ ପାଇଁ ନିଲମ୍ବିତ ହୋଇଛନ୍ତି ।
କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଭରମସାଗର ସରକାରୀ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଅପରେସନ୍ ଏଟରରେ ପ୍ରି-ୱେଡିଙ୍ଗ ଫଟୋସୁଟ୍ କରିବାର ଦେଖାଯାଇଥିବା ବେଳେ ସେହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତାଙ୍କୁ ହିଁ ମହଙ୍ଗା ପଡିଗଲା ତାଙ୍କର ପ୍ରି-ୱେଡିଙ୍ଗ ଫଟୋସୁଟ୍ । ଭାଇରାଲ ହେବା ପରେ ଏବେ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଭିଡ଼ିଓ ଟିରେ ଡାକ୍ତର ଜଣକ ନିଜ ଭାବି ସ୍ତ୍ରୀ ସହିତ କ୍ୟାମେରା ମ୍ୟାନ୍ ଧରି ଅପରେସନ୍ ହଲରେ ଶୋଇଥିବା ରୋଗୀର ଅପରେସନ୍ କରୁଥିବାର ଦେଖିବାକୁ ମିଳିଛି । ତେବେ ଭିଡିଓରେ ତାଙ୍କର ଅଭିନୟ ଏପରି ଥିଲା ଯେପରି କି ସତରେ ସେଠାରେ ଅପରେସନ୍ ଚାଲିଛି ।
ତାଙ୍କ ପାଖରେ ଭାବି ସ୍ତ୍ରୀ ନର୍ସ ସାଜି ଛିଡା ହୋଇ ମୁଣ୍ଡରୁ ଝାଳ ମଧ୍ଯ ପୋଛି ଦେଉଛନ୍ତି । ଏହାପରେ ଡାକ୍ତର ନିଜ ଭାବି ସ୍ତ୍ରୀଙ୍କ ସହିତ ନକଲୀ ଅସ୍ତ୍ରପଚାର କରୁଥିବାର ମଧ୍ୟ ଦେଖା ଯାଇଛି । ସେହି ସମୟରେ କ୍ୟାମେରାମ୍ୟାନ୍ ଓ ଟେକ୍ନିସିଆନ ହସୁଥିବା ବେଳେ ମିଛ ନାଟକ କରି ରୋଗୀ ସାଜିଥିବା ବ୍ୟକ୍ତି\ ଜଣକ ଉଠିପଡି ହସୁଥିବାର ଦେଖିବାକୁ ମିଳୁଛି ।
ତେବେ ଏହାକୁ ନେଇ କର୍ଣ୍ଣାଟକର ହେଲ୍ଥ ମିନିଷ୍ଟର ଦିନେଶ ଗୁଢ଼ୁ ରାଓ କଡା ନିନ୍ଦା କରିବା ସହ ଟ୍ଵିଟରରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ସରକାରୀ ହସ୍ପିଟାଲ ଲୋକଙ୍କ ଚିକିତ୍ସା ପାଇଁ ରହିଛି ନା କାହାର ପର୍ସନାଲ କାମ ପାଇଁ I ଡାକ୍ତରଙ୍କ ଏହିଭଳି କାମକୁ ଆଦୌ ବି ବରଦାସ୍ତ କରାଯିବନାହିଁ । ଏହାପରେ ଉକ୍ତ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ।ତେବେ ସେ କେବେ ଭାବି ନଥିବେ ଯେ ତାଙ୍କ ବିବାହ ପୂର୍ବରୁ ତାଙ୍କୁ ଏପରି ଏକ ବିବାହ ଉପହାର ମିଳିବ ।