ନୂଆଦିଲ୍ଲୀ, ଜୁଲାଇ 13 (ଖବର ଓଡ଼ିଶା):
୨୦୨୦ ସତେ ଯେପରି ବଲିଉଡ୍ ପାଇଁ କଳା ବର୍ଷ । ଏହି ବର୍ଷ ଗୋଟିଏ ପରେ ଗୋଟିଏ ଅଭିନେତା ଅଭିନେତ୍ରୀ ଙ୍କ ମୃତ୍ୟୁ ଖବର ଆସୁଛି। ଦର୍ଶକଙ୍କ ମନରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ନ ଲିଭୁଣୁ ପୁଣି ଅଳ୍ପ ବୟସରେ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି ।
ଗତକାଲି ଅଭିନେତ୍ରୀ ତଥା ମଡେଲ୍ ଦିବ୍ୟା ଚୌକ୍ସେ ପ୍ରାଣ ହରାଇଛନ୍ତି।ଦେଢ଼ ବର୍ଷ ଧରି କ୍ୟାନ୍ସରରେ ପୀଡ଼ିତ ଥିବା ଦିବ୍ୟା ଗତକାଲି ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ବୟସ ହୋଇଥିଲା। ଏହି ଖବର ପୁଣି ଥରେ ବଲିଉଡ୍ ଜଗତରେ ଶୋକ ର ଛାୟା ଖେଳାଇ ଦେଇଛି ।