ଆଗ୍ରାରେ ତ୍ରିରଂଗା ଯାତ୍ରାରେ ୩ ଯୁବକ କହିଲେ- ପାକିସ୍ତାନ ଜିନ୍ଦାବାଦ୍‌, ମାମଲା ରୁଜୁ
Khabar Odisha:Crime-Slogans-of-Pakistan-zindabad-raised-in-tricolor-yatra-case-registered-in-Agra

ଆଗ୍ରା, ଅଗଷ୍ଟ ୧୭ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଆଗ୍ରାରେ ୭୬ତମ ସ୍ୱାଧୀନତା ଦିବସ ଅବସରରେ ବାହାରିଥିବା ତ୍ରିରଂଗା ଯାତ୍ରାରେ ସାମିଲ ଥିବା ୩ ଜଣ ଯୁବକ ପାକିସ୍ତାନ ଜିନ୍ଦାବାଦ କହିଛନ୍ତି । ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି ।

ହାତରେ ତ୍ରିରଂଗା ନେଇ ସ୍କୁଟିରେ ଯାତ୍ରା କରୁଥିବା ଯୁବକମାନେ ପାକିସ୍ତାନ ଜିନ୍ଦାବାଦ କହୁଥିଲେ । ଯୁବକମାନେ ଗୋକୁଳପୁରା ଅଞ୍ଚଳରୁ ବାହାରିଥିଲେ । ଏହି ସମୟରେ ଯୁବକଙ୍କ ତ୍ରିରଂଗା ଯାତ୍ରାର ଭିଡିଓ ରେକର୍ଡିଂ କରିଦେଇଥିଲେ ସ୍ଥାନୀୟ ଅମନ ବର୍ମା ନାଁରେ ଜଣେ ବ୍ୟକ୍ତି । ଭିଡିଓରେ ପାକିସ୍ତାନ ଜିନ୍ଦାବାଦ ଶ୍ଲୋଗାନ ଦେଉଥିଲେ ୩ ଯୁବକ । ଭିଡିଓ ରେକର୍ଡ କରିଥିବା ଅମନ ପରେ ଲୋହାମଣ୍ଡ ପୁଲିସ ଥାନାରେ ଅଭିଯୋଗ କରିଛନ୍ତି । 

ଅମନ ବର୍ମାଙ୍କ ଅଭିଯୋଗ କ୍ରବେ ପୁଲିସ ୩ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୁଲିସ ୩ ଯୁବକଙ୍କୁ ଚିହ୍ନଟ କରିଛି । ସେମାନେ ହେଲେ ଫୈଜାନ, ଶାଦାବ ଓ ମହଜଜ୍ଜମ । ଏମାନେ ଗୋକୁଳପୁରା ଅଞ୍ଚଳ ନିବାସୀ । ପୁଲିସ ୩ ଜଣଙ୍କ ବିରୋଧରେ ଜାତୀୟ ଅଖଣ୍ଡତା ଆଇନ ଅନୁଯାୟୀ ଧାରା ୧୫୩(ବି) ଅଧୀନରେ ମାମଲା ରୁଜୁ କରିଛି । 

 

  • Tags:

Subscribe

National International State Sports Entertainment