ଆଉ ଏକ ଔଷଧକୁ ମିଳିଲା ଅନୁମତି, ଏଣିକି ସହଜ ହେବ କରୋନା ଚିକିତ୍ସା ଜାଣନ୍ତୁ ଏହାର ବିଶେଷତ୍ୱ
Khabar Odisha:Covid-treatment-Zydus-gets-emergency-use-approval-for-Virafin

ନୁଆଦିଲ୍ଲୀ, ଏପ୍ରିଲ୨୩ (ଖବର ଓଡିଶା); ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବଢିଚାଲିଛି । ଗତ ଦୁଇ ଦିନ ହେଲା ସମଗ୍ର ଦେଶରେ ତିନି ଲକ୍ଷରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହିପରି ସମୟରେ ଦେଶର ଯୋଉଁ ରାଜ୍ୟ ମାନଙ୍କରେ ସଂକ୍ରମଣର ମାତ୍ରା ଅଧିକ ଅଛି ସେଠାରେ ମେଡିକାଲ ମାନଙ୍କରେ ବେଡ ମିଳୁନଥିଲା ବେଳେ ଆଜି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ପକ୍ଷରୁ ଯାଏଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ଭିରାଫିନ୍ ଔଷଧକୁ ଜରୁରି କାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ତେବେ ଏହା ଏକ ସିଙ୍ଗିଲ ଡୋଜ ଇଞ୍ଜେକ୍ସନ ଏବଂ ଏହା କରୋନାରେ ପିଡିତ ରୋଗିମାନଙ୍କର ଚିକିତ୍ସାରେ ସହଜ କରାଇବ ବୋଲି ଏହାର ପ୍ରସ୍ତୁତ କାରି କମ୍ପାନୀ ଯାଏଡସ୍ କାଡିଲା ପକ୍ଷରୁ କୁହାଯାଇଛି । ଏହା କେବଳ ଡାକ୍ତରୀ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ୍ ରେ ମିଲିବ ।

ଆଜି ଯାଏଡସ୍ କାଡିଲା ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ପକ୍ଷରୁ ନିୟନ୍ତ୍ରୀତ ବ୍ୟବହାର ପାଇଁ ଅନୁମତି ମିଳିଥିବା କୁହାଯାଇଛି । ଏହା ଏକ ଆଣ୍ଟିଭାଇରାଲ ଓହଧ ରୁପେ କରୋନା ରୋଗିଙ୍କ ଚିକିତ୍ସାରେ ବ୍ୟବହାର କରାଯିବ ଏବଂ ଏହା ଚିକିତ୍ସାକୁ ଅଧିକ ସରଳ କରିବ ବୋଲି କୁହାଯାଇଛି ।

ସମଗ୍ର ଭାରତରେ ଏହାକୁ ୨୦ ରୁ ୨୫ ସେଣ୍ଟରରେ ପରିକ୍ଷା କରାଯାଇଥିଲା । ଏବଂ ଏହାର ବ୍ୟବହାର ପରେ ରୋଗି ମାନଙ୍କୁ ସପ୍ଲିମେଣ୍ଟାରି ଅକ୍ସିଜେନ ଅବଶ୍ୟକତା ପଡିନଥିଲା । କରୋନା ସଂକ୍ରମଣ ସମୟରେ ରୋଗି ମାନଙ୍କ ଭିତରେ ଦେଖାଯାଉଥିବା ଶ୍ୱାସକ୍ରିୟାରେ ଦେଖାଯାଉଥିବା ଅସୁବିଧାକୁ ଏହା ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇଥିଲା । ଯାହା କରୋନା ରୋଗିଙ୍କ ଚିକିତ୍ସା ସମୟରେ ଏକ ଅହ୍ୱାନ ।

 ଏହାର ପର‌୍ୟ୍ୟାୟ ତୃତୀୟ ପର୍ଯ୍ୟାୟ ମେଡିକାଲ ପରିକ୍ଷା ସମୟରେ କରୋନାରେ ପିଡିତ ରେ ପୀଡିତ ରୋଗୀମାନଙ୍କରେ ଚିକିତ୍ସା ଉନ୍ନତ ପ୍ରଦର୍ଶନ କରିଥିଲା । କରୋନାରେ ପିଡିତ ରୋଗିମାନଙ୍କର ଏହି ଔହଧରେ ଚିକତ୍ସା ସମୟରେ ୭ଦିନରେ ସେମାନେ ଆରଟିପିସିଆର ରିପୋର୍ଟରେ ନେଗେଟିଭ୍ ଚିହ୍ନଟ ହୋଇଥିଲେ ।

  • Tags:

Subscribe

National International State Sports Entertainment