ମୁୁମ୍ବାଇ: ପହଲଗାମ ଆତଙ୍କୀ ହମଲାକୁ ନେଇ ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ । କଂଗ୍ରେସ ବିଧାୟକ ବିଜୟ ୱଡେଟ୍ଟିୱାର କହିଛନ୍ତି, ଉତ୍ତର ପ୍ରଦେଶ, ବିହାର, ହରିୟାଣା ସମେତ ଅନେକ ରାଜ୍ୟର ନୀରିହ ପର୍ଯ୍ୟଟକଙ୍କୁ ସେମାନଙ୍କର ଧର୍ମ ପଚାରି ହତ୍ୟା କରିବା କହିବାଟା ଭୁଲ୍ ହେବ । ୱଡେଟ୍ଟିୱାର କହିଛନ୍ତି, ଆତଙ୍କବାଦୀଙ୍କ ପାଖରେ ଏତେ ସମୟ କୁଆଡୁ ଆସିବ । ସେମାନେ କଣ କାହାରି କାନରେ ଯାଇ ପଚାରିବେ ତୁମର ଧର୍ମ କଣ ? କିଛି ଲୋକଙ୍କ କହିବା କଥା ଏମିତି ହୋଇ ନାହିଁ । ଆତଙ୍କବାଦୀଙ୍କ କୌଣସି ଜାତି କି ଧର୍ମ ନ ଥାଏ । ଏହି ଘଟଣାରେ ଦାୟୀ ଲୋକଙ୍କୁ ତୁରନ୍ତ ଗିରଫ କରାଯାଉ । ଏହା ହିଁ ଦେଶବାସୀଙ୍କ ଭାବନା । ଏହା ପରିବର୍ତ୍ତେ ଘଟଣାକୁ କୌଣସି ରଙ୍ଗ ଦେବା ଭୁଲ ହେବ ।
ବିଜୟ ୱଡେଟ୍ଟିୱାର କହିଛନ୍ତି, ପହଲଗାମର ଉତ୍ତରଦାୟୀ ସରକାରଙ୍କୁ ନେବା ଉଚିତ୍ । ସେଠାରେ ସୁରକ୍ଷା କାହିଁକି ନ ଥିଲା ? କେମିତି ୨୦୦ କିମି ପର୍ଯ୍ୟନ୍ତ ଆତଙ୍କୀ ଆସି ପାରିବେ ? କଣ ଏହା ଆପଣଙ୍କ ଗୁଇନ୍ଦା ବିଫଳତା ନୁହେଁ ? ଏହି ଭୁଲକୁ ମାନିବା ପରିବର୍ତ୍ତେ ଆପଣଙ୍କ ଧ୍ୟାନ ଏହା ଉପରେ ଯେ, ଧର୍ମ ପଚାରି ମରାଗଲା । କଣ ଆତଙ୍କବାଦୀଙ୍କ ନିକଟରେ ଏତେ ସମୟ ଥାଏ ଯେ, ସେମାନେ ଲୋକଙ୍କ ପାଖକୁ ଯାଇ କାନରେ ପଚାରେ ତୁମର ଧର୍ମ କଣ ? ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ଏତେ ବଡ ସୁରକ୍ଷା ତ୍ରୁଟି କେମିତି ହେଲା, ତାହା ଉପରେ ବିଚାର କରାଯିବା ଦରକାର । ମାତ୍ର ମାମଲାରେ ଅନ୍ୟ ଦିଗ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ।
ଏହା ପୂର୍ବରୁ କର୍ଣ୍ଣାଟକ ସରକାରର ଅବକାରୀ ମନ୍ତ୍ରୀ ଗତକାଲି କହିଥିଲେ ଯେ, ଆତଙ୍କବାଦୀମାନେ ଧର୍ମ ପଚାରି ମାରି ନାହାନ୍ତି । ତାଙ୍କୁ ଲାଗୁନି ଯେ, ହତ୍ୟା କରିବା ପୂର୍ବରୁ ଆତଙ୍କବାଦୀମାନେ ଧର୍ମ ପଚାରି ଥିବେ। ଯେଉଁ ବ୍ୟକ୍ତି ଗୁଳି ଚଳାଉଛି ସେ କଣ ଜାତି ଓ ଧର୍ମ ପଚାରିବ ? ବାସ୍ ସେମାନେ ଗୁଳି ଚଳାଇ ଚାଲି ଯାଇଥିବେ। ସେଠାରେ ସେମାନେ ଛିଡ଼ା ହୋଇ ପଚାରିବେ ନ ଥିବେ।