ଚେନ୍ନାଇ: ତାମିଲନାଡୁର ଚେନ୍ନାଇରୁ ଆନ୍ଧ୍ରପ୍ରଦେଶର ତିରୁପତିକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏକ ଟ୍ରକ୍ ଓ କାର୍ ରବିବାର ରାତିରେ ମୁହାଁମୁହିଁ ଧକ୍କା ହେବାଫଳରେ ୫ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ଛାତ୍ରମାନେ ହେଲେ ନୀତୀଶ ବର୍ମା (୨୦), ଚେତନ (୨୪), ଯୋଗେଶ (୨୦), ନୀତୀଶ (୨୦) ଓ ରାମମୋହନ ରେଡ୍ଡୀ (୨୦)। ଆହତମାନେ ହେଲେ ଚୈତନ୍ୟ (୨୦) ଓ ବିଷ୍ଣୁ (୨୦)।
ଏହି ଛାତ୍ରଛାତ୍ରୀମାନେ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଥିଲେ। ରବିବାର ରାତିରେ ସେମାନେ କୌଣସି କାମରେ ଏକ କାରରେ ବାହାରିଥିବା ବେଳେ ତିରୁଭଲ୍ଲୁର ଜିଲ୍ଲା ରାମନଜେରି ନିକଟରେ କଣ୍ଟେନର ଟ୍ରକ୍କୁ ଧକ୍କା ଦେଇଥିଲେ।
ଏହି ଘଟଣା ସମ୍ପର୍କରେ ପୁଲିସ ସୂଚନା ଦେଇ କହିଛି, ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକତ୍ର ହୋଇଥିଲେ। ଦୁର୍ଘଟଣାର ସାମ୍ନା କରିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। କେକେ ଚତରାମ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।