ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଲାଗି ଚୀନ୍ ର ଷଡ଼ଯନ୍ତ୍ର, ଆତଙ୍କବାଦୀ ଶିବିରରୁ ଜବତ ହେଲା ଚାଇନା ପିସ୍ତଲ
Khabar Odisha:Chinese-pistol-seized-from-terrorist-camp-Chinese-conspiracy-to-increase-terrorist-activity-in-India
ଶ୍ରୀନଗର, ଜାନୁଆରୀ 23 (ଖବର ଓଡ଼ିଶା):

ଭାରତୀୟ ସେନାମାନେ ଦେଶକୁ ଶତ୍ରୁ କବଳରୁ ବାରମ୍ବାର ରକ୍ଷା କରିବାରେ ଲାଗିଛନ୍ତି । ତେବେ ଏହାରି ଭିତରେ ସେମାନେ ଅଭିଯୋଗ କରିଆସୁଥିଲେ କି ଆତଙ୍କବାଦୀ ମାନଙ୍କୁ ପାକିସ୍ତାନ ଓ ଚୀନ୍ ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି । ସୁଚନା ଅନୁସାରେ ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲାରେ ଥିବା ଏକ ଆତଙ୍କବାଦୀ ଶିବିରକୁ ବିଏସ୍‌ଏଫ୍ ଏବଂ ସେନାର ମିଳିତ ଅପରେଶନରେ ଧ୍ୱଂସ କରାଯାଇଛି ।

ଯେଉଁଥିରେ ଚାଇନାର ୩ଟି ପିସ୍ତଲ ,୮୦ଟି ଅଫୁଟା ଗୁଳି, ୫ ମାଗାଜିନ୍‌, ୪ଟି ଗ୍ରେନେଡ୍‌, ଗୋଟିଏ ୟୁଜିବିଏଲ୍ ସହିତ ଏକେ ୪୭ ଜବତ କରାଯାଇଛି । ଅନେକ ତନାଘନା ପରେ ଏଥିରୁ ଅନେକ ଅସ୍ତ୍ରଶସ୍ତ୍ର ଚୀନ୍ ନିର୍ମିତ ବୋଲି ସୁଚନା ମିଳିଛି ।

ଚୀନ୍ ଓ ପାକିସ୍ତାନ ଭାରତ ଉପରକୁ ବାରମ୍ବାର କୌଣସି ନା କୌଣସି ମନ୍ଦ ଉଦ୍ଦେଶ୍ୟ ପାଇଁ ଆକ୍ରମଣ କରୁଥିବା ବେଳେ ଏବେ ଭାରତରେ ଆତଙ୍କବାଦୀ କାର‌୍ୟ୍ୟ କଳାପ ବୃଦ୍ଧି ଲାଗି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି । କିନ୍ତୁ ଭାରତ ତାର ତ୍ରିସ୍ତରୀୟ ସେନା ମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ମଜଭୁତ୍ କରିଛି ଯାହା ଫଳରେ ଶତ୍ରୁଦେଶ କୁ କଡ଼ା ଜବାବ ଦେଇହେବ ।

  • Tags:

Subscribe

National International State Sports Entertainment