ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ରହି ୧୨୧ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିବା ମୁଖ୍ୟ ପୂଜାରୀ ତଥା କାଶୀ ପଣ୍ଡିତ ଲକ୍ଷ୍ମୀକାନ୍ତ ମଥୁରାନାଥ ଦୀକ୍ଷିତଙ୍କ ପରଲୋକ ହୋଇଛି। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛିଏହି ସୂଚନା ପାଇବା ପରେ କାଶୀ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।
ଗତ ଜାନୁଆରୀରେ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂଜାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ସମସ୍ତ ପୂଜା ସମାପ୍ତ ହୋଇଥିଲା। ରାମଲାଲାଙ୍କ ପୂଜାରେ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଭାଗ ନେଇଥିଲେ। ଏହା ବ୍ୟତୀତ ସେ ଡିସେମ୍ବର ୨୦୨୧ରେ କାଶୀ ବିଶ୍ୱନାଥ ଧାମରେ ଅନୁଷ୍ଠିତ ଉଦ୍ଘାଟନ ପୂଜାରେ ମଧ୍ୟ ପୂଜକ ହୋଇ ଭାଗ ନେଇଥିଲେ।