ଜୀବନ ନେଲା ବିଷାକ୍ତ 'ଆଇ ଡ୍ରପ୍', ଭାରତୀୟ ଆଇଡ୍ରପକୁ ନେଇ ଆମେରିକାରେ ଆତଙ୍କ ଖବର ଓଡିଶା : 04/02/2023 Share story: ଜୀବନ ନେଲା ବିଷାକ୍ତ ଆଇ ଡ୍ରପ୍। ତା ସହ ଆଉ କିଛି ଲୋକ ଦୃଷ୍ଟି ଶକ୍ତି ମଧ୍ୟ ହରାଇଲେ। ଏହାପରେ ଉକ୍ତ ଔଷଧ ଉପରେ ଲାଗିଛି ରୋକ। ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏକ ଆଇ ଡ୍ରପକୁ ନେଇ ଆମେରିକାରେ ଆତଙ୍କ । ଲୋକେ ଦୃଷ୍ଟିଶକ୍ତି ହରାଇବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ତନାଘନା । ଚେନ୍ନାଇର ଗ୍ଲୋବାଲ ଫାର୍ମା ହେଲ୍ଥ୍ କେୟାର ନାମକ ଏକ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଏହି ଆଖି ଡ୍ରପ୍ ବ୍ୟବହାର କରି ଆମେରିକାର କିଛି ଲୋକ ସବୁ ଦିନ ପାଇଁ ଆଖି ହରାଇବା ସହ ଆଉ କିଛି ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି | ଚେନ୍ନାଇର ଦକ୍ଷିଣ ଦିଗକୁ ପ୍ରାୟ ୪୦ କିଲୋମିଟର୍ ଦୂରରେ ଅବସ୍ଥିତ ‘ଗ୍ଲୋବାଲ୍ ଫାର୍ମା ହେଲ୍ଥ୍କେୟାର୍ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଉକ୍ତ କମ୍ପାନିରେ ଗତରାତିରେ ତାମିଲନାଡୁର ଡ୍ରଗ୍ କଣ୍ଟ୍ରୋଲର୍ ଏବଂ ସେଣ୍ଟ୍ରାଲ୍ ଡ୍ରଗ୍ କଣ୍ଟ୍ରୋଲ୍ ଅଥରିଟି’ର ସଦସ୍ୟମାନେ ଖାନ୍ତଲାସ୍ କରିଥିଲେ। ୟୁଏସ୍ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ ଏହାର ପ୍ରମାଣ ପାଇବା ପରେ ୟୁଏସ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍(FDA) ଏହି ଔଷଧ ଆମଦାନୀ ବନ୍ଦ କରିବାକୁ ପଦକ୍ଷେପ ନେଉଛି। ଏଜ୍ରି କେୟାର ଆର୍ଟିଫିସିଆଲ ଟିଅର୍ସ ଡ୍ରପ୍ ନାଁରେ ବିକ୍ରି ହେଉଥିବା ଏହି ଔଷଧର ବିକ୍ରି ଓ ବ୍ୟବହାର ନକରିବାକୁ ଲୋକଙ୍କୁ ଚେତାବନୀ ଜାରି କରିଛି FDA। ସେପଟେ ଗ୍ଲୋବାଲ ଫାର୍ମା ପକ୍ଷରୁ କୁହାଯାଇଛି- ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ ସହ ଯୋଗସୂତ୍ର ରଖାଯାଇଛି । ଏହି ପ୍ରଡକ୍ଟକୁ ବ୍ୟବହାର ନକରିବା ଲାଗି ମଧ୍ୟ ଆମେରିକାର ଉପଭୋକ୍ତାମାନଙ୍କୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି । Indian eye drops Khabar Odisha USA ଖବର ଓଡ଼ିଶା, Reporter, 04/02/2023