ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ସାରିଛି। ଦୁହେଁ ଅଲଗା ହୋଇ ସାରିଛନ୍ତି। ତଥାପି ଉଭୟଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ନିକଟରେ ଏକ ରିୟଲିଟି ଶୋରେ ଧନଶ୍ରୀ ବର୍ମା କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଥିଲେ। ଆଉ ଏହା ଉପରେ ଏବେ ଜବାବ ଦେଇଛନ୍ତି ୟୁଜବେନ୍ଦ୍ର ଚହଲ।
ଧନଶ୍ରୀ ଏକ ରିଆଲିଟି ଶୋ’ରେ କହିଥିଲେ ଯେ ଚହଲ ତାଙ୍କ ବିବାହର ମାତ୍ର ଦୁଇ ମାସ ପରେ ତାଙ୍କୁ ଧୋକା ଦେଇଥିଲେ। ୟୁଜଭେନ୍ଦ୍ର ଚହଲ ସମ୍ପ୍ରତି ଏକ ସାକ୍ଷାତକାରରେ ଧନଶ୍ରୀ ବର୍ମାଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ସହିତ ଆଲୋଚନା ବେଳେ ୟୁଜଭେନ୍ଦ୍ର ଚହଲ କହିଛନ୍ତି, ମୁଁ ଜଣେ ଖେଳାଳି ଏବଂ ମୁଁ ଠକି ନାହିଁ। ଯଦି କେହି ଦୁଇ ମାସ ମଧ୍ୟରେ ଠକିଦିଏ, ତେବେ ସମ୍ପର୍କ ଏତେ ଦିନ କିପରି ଚାଲିବ? ମୋ ପାଇଁ, ଏହି ଅଧ୍ୟାୟ ଶେଷ ହୋଇଯାଇଛି। ମୁଁ ମୋ ଜୀବନରେ ଆଗକୁ ବଢ଼ିଛି ଏବଂ ଅନ୍ୟ ସମସ୍ତଙ୍କୁ ମଧ୍ୟ ଏହା କରିବା ଉଚିତ୍।
ଚହଲ ଏହା ମଧ୍ୟ କହିଛନ୍ତି, ଆମର ବିବାହ ୪ ବର୍ଷ ୫ ମାସ ବର୍ଷ ଚାଲିଥିଲା। ଯଦି ମୁଁ ଦୁଇ ମାସରେ ଧୋକା ଦେଇଥିଲି, ତେବେ ସେ କେଉଁ ସଂପର୍କ ନିଭାଉଥିଲେ? ମୁଁ ପୂର୍ବରୁ କହିସାରିଛି ଯେ ମୁଁ ଏସବୁରୁ ଆଗକୁ ବଢ଼ି ସାରିଛି। କିନ୍ତୁ କିଛି ଲୋକ ଏବେ ବି ସେଠାରେ ଅଟକି ରହିଛନ୍ତି। ସେମାନଙ୍କ ଘର ମୋ ନାମରେ ଚାଲିଛି, ତେଣୁ ସେମାନେ ମୋ ନାଁକୁ ଜାଣିଶୁଣି ଟାଣୁଛନ୍ତି। ମୁଁ ଏହି ଅଧ୍ୟାୟକୁ ଭୁଲିଯାଇଛି। ଯେ କେହି କିଛି କହି ଦେଲେ ତାହା ସୋସିଆଲ ମିଡିଆରେ ବ୍ୟାପିଯାଉଛି। ଶହ ଶହ କାହାଣୀ ଘୁରି ବୁଲୁଛି, କିନ୍ତୁ କେବଳ ଗୋଟିଏ ସତ୍ୟତା ଅଛି। ମୋ ପାଇଁ, ସେହି ଅଧ୍ୟାୟ ବନ୍ଦ ହୋଇଯାଇଛି। ମୁଁ ଏହା ବିଷୟରେ ଆଉ କେବେ କଥା ହେବାକୁ ଚାହୁଁନାହିଁ।"
ଧନଶ୍ରୀ ବର୍ମା କ'ଣ କହିଥିଲେ?
କିଛି ଦିନ ପୂର୍ବରୁ ଧନଶ୍ରୀ ରିଆଲିଟି ଶୋ ରାଇଜ ଆଣ୍ଡ ଫଲରେ ଚହଲଙ୍କୁ ନେଇ ପରୋକ୍ଷ ଭାବରେ ଅଭିଯୋଗ କରିଥିଲେ। ଅଭିନେତ୍ରୀ କୁବ୍ବ୍ରା ସୈତ ଯେତେବେଳେ ଧନଶ୍ରୀଙ୍କୁ ତାଙ୍କ ବିବାହ ବିଚ୍ଛେଦ ବିଷୟରେ ପ୍ରଶ୍ନ କରିଥିଲେୱ ଏହାର ଉତ୍ତରରେ ଧନଶ୍ରୀ କହିଥିଲେ, 'ମୁଁ ତାଙ୍କୁ ପ୍ରଥମ ବର୍ଷ, ଦ୍ୱିତୀୟ ମାସରେ ଧରିଥିଲି।' ସେବେଠାରୁ ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ଚହଲ ଶିରୋନାମାରେ ଅଛନ୍ତି।