ଉତ୍ତରପ୍ରଦେଶରେ ଘଟିଲା ଏକ ଅଭାବନୀୟ ଘଟଣା । ଖୁସି କିଛି ସମୟ ପରେ ଦୁଃଖରେ ପରିଣତ ହୋଇଗଲା । ସୂଚନା ଅନୁସାରେ, ଶନିବାର ରାତିରେ ଉତ୍ତରପ୍ରଦେଶର ବରେଲି-ନୈନିତାଲ ଜାତୀୟ ରାଜପଥରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଟ୍ରକ ଓ କାର ମଧ୍ୟରେ ଧକ୍କା ହୋଇଥିଲା । ଧକ୍କା ହେବା ପରେ ଉଭୟ ଗାଡିରେ ନିଆଁ ଲାଗି ଯାଇଥିଲା । ଧୀରେ ଧୀରେ ନିଆଁ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଯାଇଥିଲା ।
ଶନିବାର ରାତିରେ କାରରେ ୮ ଜଣ ଗୋଟେ ବାହାଘର ଉତ୍ସବରୁ ଫେରୁଥିଲେ । ସେହି ସମୟରେ କାରଟି ଭାରସାମ୍ୟ ହରାଇ ରାସ୍ତାର ଗୋଟେ ପାର୍ଶ୍ବରୁ ଅନ୍ୟ ପାର୍ଶ୍ୱକୁ ଚାଲିଆସିଥିଲା । ଯାହାଫଳରେ ରାସ୍ତାର ଅନ୍ୟ ପାର୍ଶ୍ୱରେ ଆସୁଥିବା ଚଳନ୍ତା ଟ୍ରକ ସହ ଧକ୍କା ହୋଇଥିଲା । ଆଉ ଘଟଣାସ୍ଥଳରେ ହିଁ ଧକ୍କା ପରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଯାହାଫଳରେ କାରରେ ଯାଉଥିବା ୮ ଜଣଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ବହୁ ଚେଷ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ କାହା ଜୀବନ ବଞ୍ଚିପାରିଲା ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଗକୁ ପଢ଼ନ୍ତୁ : ବାତ୍ୟା ମିଗଜୋମ୍ ପ୍ରଭାବରେ ଜଳମଗ୍ନ ହୋଇଛି ଚେନ୍ନାଇ