135 କୋଟି ଭାରତୀୟଙ୍କ ସଙ୍କଳ୍ପ ଆଜି ପୂରଣ ହୋଇଛି - ଯୋଗୀ ଆଦିତ୍ୟନାଥ
Khabar Odisha:CM-Yogi-said-after-Bhumi-Pujan-135-crore-Indians-resolve-fulfilled
ଅଯୋଧ୍ୟା, ଅଗଷ୍ଟ ୦୫ (ଖବର ଓଡ଼ିଶା):

ରାମ ମନ୍ଦିର ପାଇଁ ଭୁମି ପୂଜନ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ପାଞ୍ଚ ଶତାବ୍ଦୀ ପରେ ଆଜି 135 କୋଟି ଭାରତୀୟଙ୍କ ସଂକଳ୍ପ ପୂରଣ ହେଉଛି । ଦେଶରେ ଗଣତାନ୍ତ୍ରିକ ପଦ୍ଧତି ସାହାର୍ଯ୍ୟରେ ହିଁ ଏହି ମନ୍ଦିର ନିର୍ମାଣ କରାଯାଉଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ଶୁଭ ମୂହୁର୍ତ୍ତକୁ ଅପେକ୍ଷା କରି ଅନେକ ପିଢି ବିତିଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଝାମଣା ଏବଂ ଉଦ୍ୟମ ଯୋଗୁଁ ଆଜି ଏହି ସଂକଳ୍ପ ପୂରଣ ହେଉଛି । ଆମେ ତିନି ବର୍ଷ ପୂର୍ବେ ଅଯୋଧ୍ୟାରେ ଦୀପୋତ୍ସଭଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ, ତାହା ଆଜି ଏହାର ସଫଳତାକୁ ପ୍ରମାଣିତ କରୁଛି |

  • Tags:

Subscribe

National International State Sports Entertainment