ତିରୁଅନନ୍ତପୁରମ: ବ୍ରିଟେନର ଏକ ଲଢୁଆ ବିମାନ ଭାରତରେ ଜରୁରୀକାଳୀନ ଅବତରଣ କରିଛି । ଏହି ବିମାନ କେରଳର ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି । ଏହି ଲଢୁଆ ବିମାନରେ ଇନ୍ଧନ ବହୁତ କମ ହୋଇ ଯାଇଥିବା କୁହାଯାଉଛି । ଏଥିପାଇଁ କୌଣସ ପ୍ରକାରର ଜରୁରୀକାଳୀନ ସ୍ଥିତିରୁ ବର୍ତ୍ତିବା ପାଇଁ ବିମାନକୁ ଏମଜରେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି ।
ସୂଚନା ଅନୁଯାୟୀ, ଏହି ଲଢୁଆ ବିମାନ ଏକ ଯୁଦ୍ଧବାହକ ଜାହାଜରୁ ଉଡାଣ ଭରିଥିଲା । ଏହା ପରେ ଶନିବାର ରାତି ୯ଟା ୩୦ରେ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଛି । ଏହି ସମୟରେ ଲଢୁଆ ବିମାନର ସୁରକ୍ଷିତ ଓ ସହଜ ଅବତରଣ ପାଇଁ ବିମାନ ବନ୍ଦରର ଅଧିକାରୀ ଏମରଜେନ୍ସି ଘୋଷଣା କରିଥିଲେ । ସୂତ୍ର ଅନୁଯାୟୀ, ଫାଇଟର ଜେଟର ପାଇଲଟ ଉଡାଣ ସମୟରେ ଜାଣି ପାରିଥିଲେ ଯେ, ବିମାନରେ ଇନ୍ଧନ ମାତ୍ରା କମିବାରେ ଲାଗିଛି । ଏଥିପାଇଁ ଏମରଜେନ୍ସି ଲ୍ୟାଣ୍ଡିର ଅନୁମତି ଲୋଡିଥିଲେ ପାଇଲଟ୍ ।
ବର୍ତ୍ତମାନ ଏହି ଲଢୁଆ ବିମାନ ବିମାନ ବନ୍ଦରରେ ରହିଛି । କେନ୍ଦ୍ର ସରକାରଙ୍କ ସମ୍ବନ୍ଧିତ ଅଧିକାରୀଙ୍କ ମଞ୍ଜୁରୀ ମିଳିବା ପରେ ହିଁ ଏହି ଲଢୁଆ ବିମାନରେ ଇନ୍ଧନ ଭରାଯିବ । ଥରୁଟିଏ ସମସ୍ତ ପ୍ରକ୍ରିୟା ପୂରା ହେବା ପରେ ଏହି ବିମାନ ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବ । ଉଲ୍ଲେଖନୀୟ ଏୟାର ଇଣ୍ଡିଆ ବିମାନର ଦୁର୍ଘଟଣା ପରଠୁ ଭାରତରେ ବିମାନ ଯାତ୍ରାକୁ ନେଇ ଚିନ୍ତାର ବିଷୟ ପାଲଟିଛି ।