ସଫଳ ହେଲା ଅପରେସନ୍ ଲୋକେସ : ହେଲେ ବୋରୱେଲରୁ ଉଦ୍ଧାର ପରେ ମୃତ ଘୋଷଣା କଲେ ଡାକ୍ତର
Khabar Odisha:Boy-rescued-from-borewell-after-24-hours-doctors-declare-him-dead
ଖବର ଓଡିଶା : 15/03/2023

 ବୋରୱେଲରେ ପଡି ଚାଲିଗଲା ଆଉ ଏକ କୋମଳମତି ଶିଶୁର ଜୀବନ । ମଧ୍ୟପ୍ରଦେଶରୁ ଆସିଲା ଏଭଳି ହୃଦୟବିଦାରକ ଖବର । ଗତକାଲି ମଧ୍ୟପ୍ରଦେଶ ବିଦିଶାରେ ଜମି ମଝିରେ ଥିବା ବୋରୱେଲ ଗାତରେ ଖସି ପଡ଼ିଥିଲା ୮ ବର୍ଷର ଶିଶୁ ଲୋକେଶ। ଅପରେସନରେ ୮ ଜଣିଆ ଏନଡିଆରଏଫ ଟିମ୍ ସାମିଲ ହୋଇଥିଲେ । ରାତିସାରା କ୍ରେନ ଓ ପୋକଲେନ ମେସିନ ଜରିଆରେ ସୁଡ଼ଙ୍ଗ କରାଯାଇଥିଲା । ଉଦ୍ଧାର ଅପରେସନ ସମୟରେ ଘଟଣାସ୍ଥଳରେ ବିଦିଶି ଡିଏମ ଶ୍ରୀ ଉମାଶଙ୍କର ଭାର୍ଗବ ଓ ଡିଆଇଜି ମୋନିକା ଶୁକ୍ଳା ଉପସ୍ଥିତ ଥିଲେ । ଲଟେରୀ ତହସିଲ ଅନ୍ତର୍ଗତ ଖେରଖେଡି ଗାଁରେ ଖେଳୁଥିବାବେଳେ ଶିଶୁଟି ବୋରୱେଲ ଗାତରେ ପଡ଼ିଯାଇଥିଲା । ପ୍ରାୟ ୨୪ ଘଣ୍ଟାର ଅପରେସନ୍ ପରେ ଲୋକେଶକୁ ଉଦ୍ଧାର କରିଥିଲା ଟିମ୍ । ଏନଡିଆରଏଫ ଟିମ୍ ଶିଶୁକୁ ଉଦ୍ଧାର କରିବା ପରେ ସ୍ଥାନୀୟ ଲଟେରୀ ସିଏସସି ହସପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେତେବେଳକୁ ତାର ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି । ଲୋକେଶର ମୃତ୍ୟୁ ନେଇ ବିଦିଶା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲୋକେଶଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଷନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । 

Subscribe

National International State Sports Entertainment