ଲକ୍ଷ୍ନୌ: ଆବୁଧାବିରୁ ମୁମ୍ବାଇ ଓ ଚେନ୍ନାଇ ଅଭିମୁଖେ ଯାଉଥିବା ୩ଟି ବିମାନକୁ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ବିମାନବନ୍ଦରରେ ବୋମା ମାଡ଼ ଧମକ ଦିଆଯାଇଥିବା ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସି ତଦନ୍ତ କରିଛନ୍ତି। ତଦନ୍ତ ପରେ ଏହା ମିଛ ଧମକ ବୋଲି ଜଣାପଡ଼ିଛି। ସପ୍ତାହକ ମଧ୍ୟରେ ୮ଟି ବିମାନକୁ ବୋମା ଧମକ ମିଳିଛି। ସେହିପରି ଗୋରଖପୁର ବିମାନବନ୍ଦରରେ ନକଲି ବୋମା ଧମକ ଯୋଗୁଁ ମୁମ୍ବାଇ ଓ ଦିଲ୍ଲୀରୁ ଆସୁଥିବା ୩ଟି ବିମାନ ବାଧାପ୍ରାପ୍ତ ହୋଇଛି।
ସପ୍ତାହକ ମଧ୍ୟରେ ତୃତୀୟ ଥର ପାଇଁ ଗୋରଖପୁର ବିମାନବନ୍ଦରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସମସ୍ତ ବିମାନ ଇଣ୍ଡିଗୋ, ଆକାସା ଏୟାରଲାଇନ୍ସ ଓ ଆଲାଏନ୍ସ ଏୟାରର। ଆବୁଧାବିରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ (ବିମାନ ୬ଇ୧୪୧୬) ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ୩୫ରେ ଦିଲ୍ଲୀ ଅଞ୍ଚଳରେ ଥିବା ବେଳେ ଏଟିସିକୁ ଇଣ୍ଟରନେଟ୍ ମିଡିଆରୁ ବୋମା ଧମକ ମିଳିଥିଲା। ଏହାପରେ ଏଟିସି ପାଇଲଟଙ୍କ ସହ ଯୋଗାଯୋଗ କରି ବୋମା ସମ୍ପର୍କରେ ସୂଚନା ଦେଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୫୦ରେ ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିଥିଲା। ଏହାପରେ ଯାତ୍ରୀମାନେ ଜାଣିବାକୁ ପାଇଥିଲେ ଯେ ଯେଉଁ ବିମାନରୁ ସେମାନେ ଆସିଥିଲେ, ସେଠାରେ ବୋମା ଧମକ ଥିଲା। ଏହା ଶୁଣି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସିଆଇଏସଏଫ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଯାତ୍ରୀ ଓ ବିମାନର ଲଗେଜ୍ ଯାଞ୍ଚ କରିବା ପରେ ବୋମା ସମ୍ପର୍କିତ ସୂଚନା ନକଲି ବୋଲି ଜଣାପଡ଼ିଥିଲା। ସେହିପରି ଲକ୍ଷ୍ନୌରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଆକାସା ଏୟାରଲାଇନ୍ସର ବିମାନ (ଏକେଜେ୧୫୨ଇ) ଏବଂ ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋ ବିମାନ ୬ଇ-୫୧୮ରେ ବୋମା ମାଡ଼ ଧମକ ମିଳିଛି। ମୁମ୍ବାଇରୁ ଗୋରଖପୁର ଯାଉଥିବା ଇଣ୍ଡିଗୋ ବିମାନ (ବିମାନ ୬ଇ ୫୪୪), ଦିଲ୍ଲୀରୁ ଗୋରଖପୁର ଯାଉଥିବା ଆକାସା ଏୟାରଲାଇନ୍ସର ବିମାନ କ୍ୟୁପି ୧୮୮୨ ଏବଂ ଗୋରଖପୁରରୁ ଦିଲ୍ଲୀ ଯାଉଥିବା ଆଲାଏନ୍ସ ଏୟାର ବିମାନ (ବିମାନ ୯୧୮୦୯)ରେ ବୋମା ମାଡ଼ ଧମକ ମିଳିଛି। ତଦନ୍ତରେ ଥିବା ସମସ୍ତ ତଥ୍ୟ ମିଥ୍ୟା ପ୍ରମାଣିତ ହୋଇଥିଲା। ଏହି ସୂଚନା ଏୟାରଲାଇନ୍ସର ଅଫିସିଆଲ ଏକ୍ସ ଆକାଉଣ୍ଟକୁ ଟ୍ୟାଗ୍ କରାଯାଇଛି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ୨୮୮ ଆସନରେ ପ୍ରାର୍ଥୀପତ୍ର ଦାଖଲ କଲେ ୮୦୦୦ ପ୍ରାର୍ଥୀ