ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଦେଶରେ ଆୟୋଜିତ ସର୍ବ ବୃହତ ବିଶ୍ୱ ବୟନ କାର୍ଯ୍ୟକ୍ରମ ‘ଭାରତ ଟେକ୍ସ -୨୦୨୪’ର ଉଦଘାଟନ କରିଛନ୍ତି। 'ଭାରତ ଟେକ୍ସ -୨୦୨୪' ଫେବୃଆରୀ ୨୬ରୁ ଆରମ୍ଭ ହୋଇ ୨୯ ଫେବୃଆରୀ, ଗୁରୁବାର ଯାଏଁ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ ଦିଲ୍ଲୀର ଭାରତ ମଣ୍ଡପମରେ କରିଛନ୍ତି।
ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, "ଏକ ବିକଶିତ ଭାରତ ଗଠନରେ ବୟନ କ୍ଷେତ୍ରର ଅବଦାନକୁ ଆହୁରି ବୃଦ୍ଧି କରିବାକୁ କାର୍ଯ୍ୟ ଜାରି ରହିଛି। ଭାରତର ବୟନ କ୍ଷେତ୍ରର ମୂଲ୍ୟ ୧୨ ଲକ୍ଷ କୋଟିରୁ ଅଧିକରେ ପହଞ୍ଚିଛି। ଆଜିର କାର୍ଯ୍ୟକ୍ରମ କେବଳ ଟେକ୍ସଟାଇଲ ଏକ୍ସପୋ ନୁହେଁ। ଅନେକ ଜିନିଷ ଏହି ଘଟଣାର ଗୋଟିଏ ସୂତ୍ର ସହିତ ସଂଯୁକ୍ତ। 'ଭାରତ ଟେକ୍ସ'ର ଏହି ସୂତ୍ର କୌଶଳ ସହିତ ଭାରତର ଗୌରବମୟ ଇତିହାସକୁ ସଂଯୋଗ କରେ।"
ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ,"ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେତେ ଉଦ୍ୟମ କରିଛନ୍ତି ତାହା ଉଭୟ ବିକାଶ ଏବଂ ରୋଜଗାରର ମାଧ୍ୟମ କରିପାରିଛି।ପ୍ରତି ୧୦ ପୋଷାକ ନିର୍ମାତା ମଧ୍ୟରୁ ୭ଜଣ ମହିଳା ଏବଂ ହ୍ୟାଣ୍ଡଲୁମରେ ସେମାନଙ୍କ ମଧ୍ୟରୁ ଅଧିକ ମହିଳା ରହିଛନ୍ତି। ଟେକ୍ସଟାଇଲ ବ୍ୟତୀତ ଖଦି ଆମ ଭାରତର ମହିଳାମାନଙ୍କୁ ମଧ୍ୟ ନୂଆ ଶକ୍ତି ଦେଇଛି। ଏକ ବିକଶିତ ଭାରତ ତିଆରି କରିବାରେ ବୟନ କ୍ଷେତ୍ରର ଅବଦାନକୁ ଆହୁରି ବଢାଇବା ପାଇଁ ଆମେ ଏକ ବ୍ୟାପକ ପରିସରରେ କାର୍ଯ୍ୟ କରୁଛୁ। ଆମେ 4T ଯଥା ପରମ୍ପରା (Tradition), ପ୍ରଯୁକ୍ତିବିଦ୍ୟା(Technology), ପ୍ରତିଭା (Talent) ଏବଂ ତାଲିମ (Training) ଉପରେ ଧ୍ୟାନ ଦେଉଛୁ।"
ପ୍ରଧାନମନ୍ତ୍ରୀଙ୍କ ‘5F ଭିଜନ’ରୁ ପ୍ରେରଣା ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ PMO ଦ୍ୱାରା ଜାରି ଏକ ବିବୃତ୍ତିରେ ପୂର୍ବରୁ କୁହାଯାଇଛି ଏହା ମୁଖ୍ୟତଃ ଫାଇବର, ଫାବ୍ରିକ ଏବଂ ଫ୍ୟାଶନ ଉପରେ ଧ୍ୟାନ ଦେଇଥାଏ। ତେବେ '5F'ର ଏହି ଯାତ୍ରା ଫାର୍ମ, ଫାଇବର, ଫ୍ୟାକ୍ଟ୍ରି, ଫ୍ୟାଶନ ଓ ଫରେନକୁ ବୁଝାଏ।
ଅଧିକ ପଢନ୍ତୁ: ଲଣ୍ଡନ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ୍ସରେ ଓଡିଶାର ବାଲୁକା କଳା