ଖବର ଓଡିଶା : 23/03/2023:
ଆଗକୁ ଆସୁଛି ଜାନବୀ କପୂର ଓ ବରୁଣ ଧାୱନଙ୍କ ଅପ-କମିଙ୍ଗ ମୁଭି ବୱାଲ | ଏହି ଆକ୍ସନ ମୁଭିରେ ମୁଖ୍ୟ ଭୁମିକାରେ ଅଛନ୍ତି ଜାନବୀ ଓ ବରୁଣ | ପ୍ରଥମ ଥର ପାଇଁ ଜାନବୀ ବରୁଣ ଦୁହେଁ ବଡ଼ ପରଦାରେ ଏକା ସାଙ୍ଗରେ କାମ କରିଥିବାର ଦେଖିବାକୁ ମିଳିବ | ଛିଛୋରେ ମୁଭିର ସଫଳତା ପରେ ବୱାଲକୁ ନେଇ ଅନେକ ଆଶା ରଖିଛନ୍ତି ଫିଲ୍ମ ନିର୍ମାତା ନୀତେଶ ତିୱାରୀ ଆଉ ସାଜିଦ ନାଦିଆୱାଲା | | ଏପଟେ ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସମାନେ ଅପେକ୍ଷାରେ ଅଛନ୍ତି |ସାଜିଦ ଓ ନୀତେଶ ତାଙ୍କ ଟ୍ୱିର୍ଟରରେ ଫିଲ୍ମ ରିଲିଜ ତାରିଖକୁ ନେଇ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ " ଆସନ୍ତା ବର୍ଷ ଅକ୍ଟୋବର 6 ତାରିଖରେ ଫିଲ୍ମଟି ସିନେମା ହଲ ଗୁଡିକରେ ମୁକ୍ତିଲାଭ କରିବ " | ଡେଟ ରିଲିଜ ହେବା ପରଠୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଭିତରେ ଉତ୍ସୁକତା ବଢିଛି |