ୱାର୍ଲ୍ଡକପ ଟ୍ରଫିକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ କ୍ରିକେଟର। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମହାମୁକାବିଲାରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ବିଶ୍ୱକଫ ଟ୍ରଫି ଉପରେ ଦୁଇ ଗୋଡ ରଖିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ କ୍ରିକେଟ୍ ପ୍ରେମୀମାନେ ଦେଖିବା ପରେ ଏହା ସେମାନଙ୍କୁ ଅତିଷ୍ଠ କରିଛି। ପ୍ରକୃତରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ବିଜୟି ହେବ ପାଇଁ ଏବଂ ବିଶ୍ୱକଫ ଟ୍ରଫି ପାଇବା ପାଇଁ ଯୋଗ୍ୟ ନୁହେଁ ବୋଲି କ୍ରିକେଟପ୍ରେମୀ ପ୍ରତିକ୍ରିୟା ରଖିଛନ୍ତି।
ସୂଚନା ଅନୁସାରେ , ବିଶ୍ୱକଫ ଟ୍ରଫିକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ କ୍ରିକେଟ ପ୍ଲେୟାର ମିଚେଲ ମାର୍ଶ। ମିଚେଲ ମାର୍ଶ ଟ୍ରଫି ଉପରେ ଗୋଡ ରଖି ଫଟୋ ଉଠାଇବା ସହିତ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋକୁ ଦେଖି ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକୃତରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ବିଜୟି ହେବ ପାଇଁ ଏବଂ ବିଶ୍ୱକଫ ଟ୍ରଫି ପାଇବା ପାଇଁ ଯୋଗ୍ୟ ନୁହେଁ ବୋଲି କ୍ରିକେଟପ୍ରେମୀ ପ୍ରତିକ୍ରିୟା ରଖିଛନ୍ତି। ଏହି ଫଟୋ ଦେଖିବା ପରେ ସମସ୍ତ କ୍ରିକେଟ ପ୍ରେମୀମାନେ ମିଚେଲ ମାର୍ଶଙ୍କୁ ଲିୟୋନେଲ ମେସିଙ୍କ ସହ ତୁଳନା କରାଯାଇଛି। କାରଣ ଯେତେବେଳେ ମେସି ଫିଫା ବିଶ୍ୱକପ୍ ଟାଇଟଲ ଜିତିଥିଲେ ତାହାର ଠିକ ପରଦିନ ସେ ତାଙ୍କ ସହ ଟ୍ରଫିକୁ ଧରି ଶୋଇଥିବା ଦେଖିବାକୁ ମିଳିଥିଲା। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମହାମୁକାବିଲାରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ମିଚେଲ ମାର୍ଶଙ୍କ ଏପରି କାର୍ଯ୍ୟ କେବେବି ଗ୍ରହଣୀୟ ନୁହେଁ ଏବଂ ସଂମ୍ମାନୀୟ ଟ୍ରଫିକୁ ଏପରି ଅସମ୍ମାନ କରିବା ଏକ ଅପରାଧ ବୋଲି ଦର୍ଶକମାନେ କହିଛନ୍ତି।
ଅଧିକ ପଢନ୍ତୁ ; ମହାରାଷ୍ଟ୍ରରେ ଭୁକମ୍ପର ଝଟକା