ସାରା ଭାରତ ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଘୋଷଣା କରି କହିଛନ୍ତି। ଚନ୍ଦ୍ରୟାନ-୩ ର ସଫଳତା ଅବସରରେ ବେଙ୍ଗାଲୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ | ଏହା ସହ ମୋଦୀ କହିଛନ୍ତି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ମଧ୍ୟ ନାମକରଣ କରାଯାଇଛି । ଯେଉଁଠାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲା, ସେହି ସ୍ଥାନର ନାଁ 'ଶିବଶକ୍ତି' ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଶିବଙ୍କଠାରେ ମାନବ କଲ୍ୟାଣର ସଂକଳ୍ପ ନିହିତ । ଆଉ ଶକ୍ତିରେ ସଂକଳ୍ପ ପୂରା କରିବାର ସାମର୍ଥ୍ୟ ରହିଥାଏ । ସେହିପରି ଚନ୍ଦ୍ରଯାନ-୨ର ପାଦଚିହ୍ନ ସ୍ଥାନକୁ ମଧ୍ୟ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ଥାନର ନାଁ 'ତ୍ରିରଙ୍ଗା' ରଖାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଗଷ୍ଟ ୨୩ ତାରିଖରେ ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହିତ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଥିଲା, ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ନ ଥିଲେ। ସେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଗ୍ରୀସ୍ ଯାଇ ଆଜି ସକାଳେ ସିଧା ବେଙ୍ଗାଲୁରୁକୁ ଯାଇ ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଥିଲେ ଏବଂ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେଠାରେ ସମସ୍ତ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏପରି ବିରଳ ମୁହୂର୍ତ୍ତ ବାରମ୍ବାର ଆସେ ନାହିଁ । ଏହି ମୁନମିଶନରେ ମହିଳା ବୈଜ୍ଞାନିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନଙ୍କୁ ମୋଦି ପ୍ରଶଂସା କରିଛନ୍ତି।
ସମୟ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଏକ ଜନସଭାରେ ‘ଜୟ ଯବାନ୍ , ଜୟ କିଶାନ’ ବୋଲି ନାରା ଦେଇଥିଲେ । ହେଲେ ଆଜିକା ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ନାରା ଦେଇ କହିଛନ୍ତି ‘ ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ' ବୋଲି ନାରା ଦେଇଛନ୍ତି । ଗ୍ରୀସରୁ ଫେରି ସିଧା ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପହଞ୍ଚିଥିଲେ ମୋଦୀ । ସେଠାରେ ମୁନ୍ ମିଶନର ସମସ୍ତ ବୈଜ୍ଞାନିକଙ୍କୁ ଭେଟି ସେମାନଙ୍କୁ ସାବାସୀ ଦେଇଛନ୍ତି। ଏହାସହ ସେଠାରୁ ସାରା ଦେଶକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।