ଦିନକୁ ଦିନ ବଢିଚାଲିଛି କୋଟାରେ ଛାତ୍ରଛାତ୍ରୀ ସୁଇସାଇଡ ମାମଲା । ପୁଣି ଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଛନ୍ତି। ରାଜସ୍ଥାନରେ ନିଟ୍ କୋଚିଂ ନେଉଥିବା ଜଣେ ୨୦ ବର୍ଷୀୟ ନିଟ୍ ଆଶାୟୀ ନିଜ ଜୀବନ ହରିଦେଇଛନ୍ତି। ତେବେ ଆତ୍ମହତ୍ୟା କରିବା ପରେ ସ୍ଥାନୀୟା ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଏହି ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
ସୂଚନା ଅନୁଯାୟୀ , ମୃତକ ଛାତ୍ର ଜଣକ ଉତ୍ତରପ୍ରଦେଶର ବାସିନ୍ଦା । ମେଡିକାଲ ପାଇଁ କୋଚିଂ ନେଉଥିଲା ବେଳେ ଏଭଳି ପଦକ୍ଷେପ ନେଇଛନ୍ତି । ଗତକାଲି ଏହି ଅଘଟଣ ଘଟିଥିବା ବେଳେ ଏ ନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି । କିନ୍ତୁ ବାରମ୍ବାର ଏହିଭଳି ଛାତ୍ରଙ୍କ ଆତ୍ମହତ୍ୟା ନେଇ ସବୁଆଡେ ଉଦବେଗ ପ୍ରକାଶ ପାଉଛି।
ଅଧିକ ପଢନ୍ତୁ :ଗୁଜୁରାଟରେ ତାଣ୍ଡବ ରଚାଉଛି ପ୍ରକୃତି