୨୦୨୪ ଲୋକସଭା ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇପଡିଛି । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ନିର୍ବାଚନ ତାରିଖ ଘୁଞ୍ଚିପାରେ ବୋଲି ସୂଚନା ମିଳିଛି । ନିର୍ବାଚନ ତାରିଖ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହିତ ଦୁଇ ଇସିଙ୍କ ଅଧ୍ୟକ୍ଷତାରେ ଘୋଷଣା ହୋଇଥାଏ । କିନ୍ତୁ ବର୍ତ୍ତମାନ ଦୁଇ ଇସିଙ୍କ ପଦ ଖାଲି ପଡିଛି । ପ୍ରଥମେ ଦୁଇ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦିଆଯିବ ପରେ ନିର୍ବାଚନ ତାରିଖ ଘୋଷଣା କରାଯିବ । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଦୁଇ ନୂଆ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦିଆଯିବ । ପରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ଦୁଇଜଣ ନିର୍ବାଚନ କମିଶନର ଅଧ୍ୟକ୍ଷତାରେ ନିର୍ବାଚନ ତାରିଖ ଘୋଷଣା କରାଯିବ ।
ଆଗକୁ ପଢ଼ନ୍ତୁ :ଏସବିଆଇକୁ ସୁପ୍ରିମକୋର୍ଟଙ୍କ ବଡ ଝଟକା, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଦେବାକୁ ହେବା ସମସ୍ତ ତଥ୍ୟ