ନୂଆଦିଲ୍ଲୀ, ଜୁଲାଇ ୧୨ (ଖବର ଓଡ଼ିଶା):
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିବା ନେଇ ସୂଚନା ମିଳିଛି।
ଏବେ ବଚ୍ଚନ ପରିବାରରେ ବୋହୂ ଆଉ ନାତୁଣୀଙ୍କୁ ମିଶାଇ ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ସୂଚନା ମିଳିଛି।ତେବେ ଘରର ଅନ୍ୟ ସଦସ୍ୟ ବହୂ ଐଶ୍ୱର୍ଯ୍ୟା, ପତ୍ନୀ ଜୟା ଓ ନାତୁଣୀ ଆରାଧ୍ୟ୍ୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟରେ ଉଭୟ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗତକାଲି ଅମିତାଭ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ କରୋନା ପଜିଟିଭ୍ ହୋଇଥିବା ନେଇ ଗତକାଲି ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାପରେ ତାଙ୍କ ପୁଅ ଅଭିଷକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଥିଲା।