ଭାରତର ଘରୋଇ ମହାକାଶ ଶିଳ୍ପକୁ ବଡ଼ ସଫଳତା । ସଫଳ ହୋଇଛି ଅଗ୍ନିକୁଲ୍ କସ୍ମୋସର SOrTeD ମିଶନର ଉତକ୍ଷେପଣ। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଘରୋଇ ଲଞ୍ଚପ୍ୟାଡ ALP-01ରୁ SOrTeD ଉତକ୍ଷେପଣ କରାଯାଇଛି । ଅଗ୍ନିବାଣ SOrTeD(Suborbital Tech Demonstrator) ଏକ ସେମି-କ୍ରାୟୋଜୋନିକ ଇଞ୍ଜିନ ଦ୍ବାରା ପରିଚାଳିତ ରକେଟ୍ । ଯାହା ବ୍ୟାବସାୟିକ ଭାବରେ ଉପଲବ୍ଧ ଟର୍ବାଇନ ଇନ୍ଧନ କିମ୍ବା ମେଡିକାଲ ଗ୍ରେଡ୍ ତରଳ ଅମ୍ଳଜାନ ବ୍ୟବହାର କରିଥାଏ । Sue ୭୦୦କିଲୋମିଟର ଉଚ୍ଚତାକୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ନେବାର ସକ୍ଷମତା ରହିଥାଏ । ଏହି ଇଞ୍ଜିନ୍ ପରୀକ୍ଷା ଅଗ୍ନିକୁଲର ନିଜସ୍ୱ ଡାଟା ଅଧିଗ୍ରହଣ ପ୍ରଣାଳୀ ଏବଂ ଫ୍ଲାଇଟ୍ କମ୍ପ୍ୟୁଟର ଦ୍ୱାରା ଚାଳିତ । ଅଗ୍ନିବାଣ ଉଭୟ ନିମ୍ନ ଏବଂ ଉଚ୍ଚ କକ୍ଷପଥରେ ପହଞ୍ଚିପାରେ । ୧୦ରୁ ଅଧିକ ଲଞ୍ଚ ପୋର୍ଟରେ ପହଞ୍ଚିବା ପାଇଁ ଏହାର ଡିଜାଇନ୍ କରାଯାଇଛି ।
ଅଧିକ ପଢନ୍ତୁ : ଦିନ ସାଢ଼େ ୧୧ ଟାରେ ୪୩ ଡିଗ୍ରୀ ଟପିଲା ପାରଦ