ମୁମ୍ବାଇ: ଦୀପାବଳି ଅବସରରେ ଭାରତୀୟ ସିନେମା ଜଣେ କିମ୍ବଦନ୍ତୀ, ବହୁମୁଖୀ ଅଭିନେତାଙ୍କୁ ହରାଇଛି। ପ୍ରଖ୍ୟାତ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି (ଗୋବର୍ଦ୍ଧନ ଅସରାନି)ଙ୍କର ଆଜି 84 ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ବରିଷ୍ଠ ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଚାରି ଦିନ ଧରି ହସ୍ପିଟାଲରେ ଥିଲେ ଏବଂ ଆଜି ଅପରାହ୍ନ 3ଟାରେ ତାଙ୍କର ଦେହାନ୍ତ ହୋଇଛି।
ଗଣମାଧ୍ୟମକୁ ସୂଚନା ଦେଇ , ଅସରାନୀଙ୍କ ମ୍ୟାନେଜର ବାବୁ ଭାଇ କହିଛନ୍ତି ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସରାନିଙ୍କ ଫୁସଫୁସରେ ପାଣି ଜମିଥିବା ଜଣା ପଡ଼ିଥିଲା। ତାଙ୍କର ଚିକିତ୍ସା ଜାରି ରହିଥିଲେ ହେଁ ଅଭିନେତା ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ଅସରାନୀ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।
ଆସରାନୀଙ୍କ ମୃତ୍ୟୁ ସାଧାରଣରେ ହଇଚଇ ସୃଷ୍ଟି ବୋଲି ଚାହୁଁ ନଥିଲେ। ତେଣୁ, ସେ ତାଙ୍କ ସ୍ତ୍ରୀ ମଞ୍ଜୁଙ୍କୁ କାହାକୁ ତାଙ୍କର ମୃତ୍ୟୁ ଖବର ନ ଦେବାକୁ କହିଥିଲେ। ତେଣୁ ପରିବାର ଲୋକେ ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଆସରାନୀଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଆଜି ସାନ୍ତାକ୍ରୁଜର ଶାନ୍ତି ନଗର ଶ୍ମଶାନରେ ଆସରାନୀ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ପରିବାର ପକ୍ଷରୁ ତାଙ୍କ ପାଇଁ ଖୁବ୍ ଶୀଘ୍ର ଏକ ପ୍ରାର୍ଥନା ସଭା ଘୋଷଣା କରାଯିବ ବୋଲି ଆଶା କରାଯାଉଛି।
ଅସରାନୀଙ୍କ ପୂରା ନାଁ ଗୋବର୍ଦ୍ଧନ ଅସରାନୀ | ସେ ରାଜସ୍ଥାନର ଜୟପୁରର ବାସିନ୍ଦା ଥିଲେ। ସେ ୧୯୬୭ ଚଳଚ୍ଚିତ୍ର ହେରେ କାଞ୍ଚ କି ଚୁଡିୟାନ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ | ନିଜର ୫୮ ବର୍ଷର ଚଳଚ୍ଚିତ୍ର କ୍ୟାରିୟରେ ଅସରାନୀ ତାଙ୍କ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ | ସେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କର ବ୍ଲକବଷ୍ଟର ଚଳଚ୍ଚିତ୍ରଗୁଡ଼ିକରେ ଶୋଲେ, ଅଭିମାନ, ଚୁପକେ ଚୁପକେ, ଛତି ସି ବାଟ ଏବଂ ଭୁଲ ଭୁଲେୟାଁ ସାମିଲ। ଅଭିନୟ ସହିତ ସ୍ୱର୍ଗତ ଅଭିନେତା ଚଳଚ୍ଚିତ୍ର ନିର୍ମାଣରେ ମଧ୍ୟ ଗୁଜୁରାଟୀ ସିନେମାରେ କାମ କରିଥିଲେ।