ନୂଆଦିଲ୍ଲୀ: ଆଜି ସାରା ଦେଶରେ ପାଳନ ହେଉଛି ଦୀପାବଳି। ଏହି ଅବସରରେ ଭାରତୀୟ ବାୟୁସେନା ଏକ ଭିନ୍ନ ଉପାୟରେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏନେଇ ଏକ ସୁନ୍ଦର ଭିଡିଓ ସେୟାର କରିଛି ଭାରତୀୟ ବାୟୁସେନା।
ଏହି ଭିଡିଓରେ ଏକ ଯୁଦ୍ଧ ବିମାନ ଆକାଶରେ ଉଡ଼ୁଥିବା ବେଳେ ସେଥିରୁ କ୍ରମାଗତ ଭାବେ ତାରାତାରା ଆକୃତିର ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ବିମାନରୁ ରକେଟ ଓ ତାରା ଭଳି ନିଆଁ ବାହାରିବାର ଶୈଳୀ ଖୁବ ଆକର୍ଷଣୀୟ ଦେଖାଉଛି।