ନୂଆଦିଲ୍ଲୀ: ଭାରତ ୮୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରି ପାରୁଥିବା ବ୍ରହ୍ମୋସ ମିସାଇଲକୁ ଦୁଇ ବର୍ଷ ପରେ ସେନାରେ ସାମିଲ କରିବାକୁ ପ୍ରସ୍ତୁତି କରୁଛି । ଏହା ସହ ୨୦୦ କିଲୋମିଟରରୁ ଅଧିକ କ୍ଷମତା ବିଶିଷ୍ଟ ଅତିରିକ୍ତ ମିସାଇଲ ଉତ୍ପାଦନ ମଧ୍ୟ ୨୦୨୬-୨୭ରେ ଆରମ୍ଭ ହେବ । ୮୦୦ କିଲୋମିଟର ରେଞ୍ଜ ବିଶିଷ୍ଟ ବ୍ରହ୍ମୋସ ମିସାଇଲର ପରୀକ୍ଷଣ ଜାରି ରହିଛି । ଏଥିରେ ନୂଆ ଇଞ୍ଜିନ ଏବଂ ଅନ୍ୟ ସୁଧାର ସାମିଲ । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ଏହି ମିସାଇଲ ୨୦୨୭ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଯିବ । ଏହା ବହୁତ ସଠିକତା ସହ ଶତ୍ରୁ ପକ୍ଷକୁ ଟାର୍ଗେଟ୍ କରି ପାରିବ ।
ବର୍ତ୍ତମାନ ୪୫୦ କିଲୋମିଟର ରେଞ୍ଜ ବିଶିଷ୍ଟ ବ୍ରହ୍ମୋସ ମିସାଇଲ ବହୁତ କ୍ଷୀପ୍ର ଗତିରେ ଗତି କରିଥାଏ । ମେ ମାସରେ ଅପରେସନ ସିନ୍ଦୂର ସମୟରେ ସୁଖୋଇ-୩୦ ବିମାନରୁ ବ୍ରହ୍ମୋସ ଜରିଆରେ ପାକିସ୍ତାନ ଉପରେ ଭାରତ ହମଲା କରିଥିିଲା । ନୌସେନା ନିଜର ଯୁଦ୍ଧପୋତ ଉପରେ ଏହି ମିସାଇଲକୁ ସହଜରେ ୮୦୦ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଅପଗ୍ରେଡ କରିପାରେ । ନୌସେନା ଓ ସ୍ଥଳ ସେନା ପ୍ରଥମେ ଏହି ନୂଆ ମିସାଇଲକୁ ନିଜ ଗ୍ରୁପରେ ସାମିଲ କରିବେ ।
ଅନ୍ୟପଟେ ଡିଆରଡିଓ ଅତିରିକ୍ତ ମାର୍କ-୨ ମିସାଇଲର ରେଞ୍ଜକୁ ୧୬୦ କିଲୋମିଟର ବଢାଇ ୨୦୦ ମିଟର କରିବା ଉପରେ କାମ କରୁଛନ୍ତି । ଭାରତୀୟ ବାୟୁସେନା ୨୮୦ରୁ ଅଧିକ ମାର୍କ-୧ ମିସାଇଲକୁ ସାମିଲ କରିବା ଉପରେ ଆରମ୍ଭ କରି ଦେଇଛି । ଯଦି ପରୀକ୍ଷଣ ଠିକ୍ ରହେ ତେବେ ମାର୍କ-୨ର ଉତ୍ପାଦନ ଛଅ ମାସ ଭିତରେ ଆରମ୍ଭ ହୋଇଯିବ ।
Also read: INS ବିକ୍ରାନ୍ତରେ ଯବାନଙ୍କ ସହ ଦୀପାବଳି ମନାଇଲେ ମୋଦୀ; ଗୋଆରୁ ଶତ୍ରୁ ଦେଶକୁ ଦେଲେ କଡ଼ା ଚେତାବନୀ