ଅନେକ ସମୟରେ ଭକ୍ତମାନେ ମନ୍ଦିରକୁ ଗୁପ୍ତ ଦାନ କରୁଥିବାର ଶୁଣିବାକୁ ମିଳିଥାଏ ।କେହି କେହି ଠାକୁରଙ୍କ ପାଇଁ ସୁନା, ରୂପା ଅଳଙ୍କାର ସହ ମୋଟା ଅଙ୍କର ଟଙ୍କା ମଧ୍ୟ ଦାନ କରିଥିବାର କଥା ଦେଖିବାକୁ ମିଳିଥାଏ ।
ହେଲେ କେବେ ଆପଣ ଶୁଣିଛନ୍ତି କି କେହି ଭକ୍ତ ମୋଟା ଅଙ୍କର ଚେକ୍ ଦାନ କରିବା କଥା ? ଏମିତି ଘଟଣା ଦେଖିବାକୁ ମିଳିଛି , ବିଶାଖାପାଟନାମ୍ ସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ବାରୀ ଦେବସ୍ଥାନମ୍ ମନ୍ଦିରରେ ।ଏହି ମନ୍ଦିରରେ ଜଣେ ଭକ୍ତ ୧୦୦ କୋଟି ଟଙ୍କାର ଚେକ୍ ଦାନ ବାକ୍ସରେ ପକାଇଥିଲେ । ଯେତେବେଳେ ମନ୍ଦିର ପ୍ରବନ୍ଧକ ଚେକ୍ ଟିକୁ ଭଙ୍ଗାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ ସେତେବେଳେ ବ୍ୟାଙ୍କ କର୍ମଚାରୀଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡିଥିଲେ ।କାହିଁକି ନା ୧୦୦ କୋଟି ଟଙ୍କାର ଚେକ୍ ପକାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଥିଲା ମାତ୍ର ୧୭ ଟଙ୍କା । ଏ ଚେକ୍ କିଏ ଓ କଣ ପାଇଁ ଦେଇଛି ସେ କଥା ଏପର୍ଯ୍ୟନ୍ତ ଜଣାପଡିନାହିଁ ।ହେଲେ ଏହି କଥାଟି ଏବେ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି କଥା ଶୁଣିବା ପରେ ଭିନ୍ନ ଭିନ୍ନ ଲୋକ ଭିନ୍ନ ମତ ରଖୁଛନ୍ତି ।
ଆଗକୁ ପଢନ୍ତୁ :- ବିମାନରେ କଲେ ବନ୍ଧୁତା ପରେ ହୋଟେଲରେ କଲେ ଦୁଷ୍କର୍ମ