ଭାରତରେ ପ୍ରଥମ : ହାଇଦ୍ରାବାଦ୍‌ରେ ୮ ସିଂହ କରୋନା ସଂକ୍ରମିତ
Khabar Odisha:8-Asiatic-Lions-at-Hyderabad-Zoo-Test-Positive-for-Covid-19-first-such-case-in-india

 ହାଦ୍ରାବାଦ୍‌,ମେ ୪(ଖବର ଓଡିଶା); ହାଇଦ୍ରାବାଦ୍‌ର ନେହେରୁ ପ୍ରାଣୀ ଉଦ୍ୟାନରୁ ୮ଟି ଏସିଆଟିକ ସିଂହ ମାରାତ୍ମକ କରୋନାଭାଇରସରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଭାରତରେ ଏହା ପ୍ରଥମ ଘଟଣା ଯେ ମଣିଷର ସସ୍ପର୍ଶରେ ଆସି ସିଂହ ଗୁଡିକ ଅସୁସ୍ଥ ହୋଇପାଡିଛନ୍ତି । 

ପ୍ରଣି ଉଦ୍ୟାନର ଉଚ ପଦସ୍ତ କର୍ମଚାରୀ ଜଣେ କହିଛନ୍ତି ଯେ ଆରଟି-ପିସିଆର ରିପୋର୍ଟରେ ସିଂହ ଗୁଡିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତଥାପି ସମ୍ପୃକ୍ତ ସିଂହ ଗୁଡିକର ସିସିଏମବି ନମୁନା କରାଯାଇଛି ଏହି ରିପୋର୍ଟ ମିଳିବାକୁ କିଛି ଦିନ ଲାଗିବ । 

ତେବେ ଏହି ଷ୍ଟ୍ରେନ୍ ମନୁଷ୍ୟ ମାନଙ୍କ ପାଖରୁ ପଶୁମାନଙ୍କୁ ଆସିଛି କି ନାହିଁ ଏହା ଜାଣିବା ପାଇଁ ସିସିବି ରିପୋର୍ଟରୁ ନମୁନା ଗୁଡିକୁର ବିସ୍ତୃତ ଅନୁସନ୍ଧାନରୁ ଜଣାପଡିବ । ବୈଜ୍ଞାନିକ ମାନେ ପ୍ରାଣି ଉଦ୍ୟାନର ଅଧୀକାରି ମାନଙ୍କୁ ସତର୍କ କରିବା ସହିତ ଶୀଘ୍ର ଚିକିତ୍ସା କରିବାକୁ କହିଛନ୍ତି । ଏହା ସହିତ ସେମାନଙ୍କ ଫୁସ୍‌ଫସ୍ ସଂକ୍ରମଣର ପ୍ରଭାବ ଜାଣିବା ପାଇଁ ପ୍ରାଣୀ ଉଦ୍ୟାନ କତୃପକ୍ଷ ସିଂହମାନଙ୍କର ସିଟି ସ୍କାନ୍ କରିବା ଜରୁରୀ ହୋଇ ପଡିଛି । 

ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ତଥା କ୍ୟୁରେଟର ଡକ୍ଟର ସିଦ୍ଧାନନ୍ଦ କୁକ୍ରେଟି ଏବଂ ଭିଭିଏଲ୍ ସୁଭଦ୍ରା ଦେବୀ ଏହି ଖବରକୁ ଆନୁଷ୍ଠାନିକ ଭାବରେ ଅସ୍ୱୀକାର କିମ୍ବା ନିଶ୍ଚିତ କରିବାକୁ କୌଣଷି ପ୍ରତିକ୍ରିୟା ଦେଇ ନାହାଁନ୍ତି।

ତେବେ, ୧,୫୦୦ ରୁ ଅଧିକ ଅନ୍ତେବାସୀ ରହୁଥିବା ୩୮୦ ଏକର କ୍ୟାମ୍ପସରେ ଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡିଛି ଯେ ଉଉଗଈ ରୁ ଫଳାଫଳ ଏକ କିମ୍ବା ଦୁଇ ଘଣ୍ଟା ମଧ୍ୟରେ ସୁଶ୍ରୀ ସୁଭଦ୍ରା ଦେବୀଙ୍କ ନିକଟରେ ଦାଖଲ ହେବ ଏବଂ ସେମାନଙ୍କୁ ସଚେତନ କରିବା ପାଇଁ ବୈଜ୍ଞାନିକମାନେ କହିଛନ୍ତି ଏହି ସଂକ୍ରମଣ ମାମଲା ବଢି ପାରେ । 

ହଁ, ସିଂହମାନେ ସାମାନ୍ୟ ଲକ୍ଷଣ ଦେଖାଇବା ପରେ ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ସେମାନେ ସକ୍ରିୟ ଅଛନ୍ତି ଏବଂ ଭଲ ବ୍ୟବହାର କରୁଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି ଯେ ୪୦ ଏକର ସଫାରି ଅଞ୍ଚଳରେ ଚାରି ପୁରୁଷ ଏବଂ ଚାରି ମହିଳା ବଡ ସିଂହ ଅଛନ୍ତି । 

ସେ କହିଛନ୍ତି ଯେ ଏପ୍ରିଲ୍ ୨୪ ରେ, ତଦାରଖକାରୀମାନେ ଲକ୍ଷ୍ୟ କଲେ ଯେ ଏହି ସିଂହ ମାନେ ଶୁଖିଲା କାଶ, ନାକରୁ ନାଳ ଏବଂ ଭୋକ ନ ହେବା ଭଳି ଲକ୍ଷଣ ସୃଷ୍ଟି କରିଥିଲେ ଏବଂ ଶୀଘ୍ର ପ୍ରାଣୀ ଚିକିତ୍ସା ଦଳକୁ ସଚେତନ କରାଇଲେ। ଖୁବ୍ ଶୀଘ୍ର, ଭେଟେରିନାରୀ ଏବଂ ସହଯୋଗି ମାନେ ସେମାନଙ୍କ ସ୍ୱାବ୍ ସଂଗ୍ରହ କରି ତୁରନ୍ତ ସିସିବି କୁ ପଠାଇଥିଲେ । ଯେଉଁଠାରେ ବୈଜ୍ଞାନିକମାନେ ଏହିଗ୍ଧ୍ରେନ୍ ଗୁଡିକ ମନୁଷ୍ୟ ମାନଙ୍କ ପାଖରୁ ସମ୍ଭାବନା ଅଛି ।

ସମ୍ପ୍ରତି, ଏସିଆର ସବୁଠାରୁ ବଡ ପ୍ରାଣୀ ଉଦ୍ୟାନ ମଧ୍ୟରୁ ଅନ୍ୟତମ, ସତର୍କତାମୂଳକ ପଦକ୍ଷେପ ଭାବରେ ପରିଦର୍ଶକମାନଙ୍କ ପାଇଁ ବନ୍ଦ କରିଦିଆ ଯାଇଛି । ପ୍ରାଣୀ ଉଦ୍ୟାନରେ ଦୁଇ ଡଜନରୁ ଅଧିକ କର୍ମଚାରୀ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

  • Tags:

Subscribe

National International State Sports Entertainment