କୋଲକାତା: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଏକ ଅଦାଲତ ହତ୍ୟା ମାମଲାରେ ୭ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୦ ମସିହାରେ ଏହି ବର୍ବର ଅପରାଧରେ ବିଷ୍ଣୁ ମାଲ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ୬ ଖଣ୍ଡ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଏଠାରେ ଫିଙ୍ଗି ଦିଆଯାଇଥିଲା। ଏହି ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।
ଏହି ମାମଲା ଚୁଚୁଡ଼ା ଅଞ୍ଚଳର କୁଖ୍ୟାତ ଅପରାଧୀ ବିଶାଲ ଦାସ, ଯିଏ କି ବିଷ୍ଣୁ ମାଲଙ୍କୁ ତାଙ୍କ ପ୍ରେମିକା ସହ ସମ୍ପର୍କ ଥିବା ସନ୍ଦେହରେ ଅପହରଣ କରିଥିଲା। ଏହାପରେ ବିଶାଲ ଓ ତାଙ୍କ ସହଯୋଗୀମାନେ ମିଶି ବିଷ୍ଣୁଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟାକାଣ୍ଡର ସମାଧାନ ପାଇଁ ପୁଲିସକୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ବିଭିନ୍ନ ସ୍ଥାନରୁ ଶରୀରର ଅଙ୍ଗ ସଂଗ୍ରହ କରାଯାଇ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିଲା। ୨୦୨୦ ଅକ୍ଟୋବର ୧୧ ତାରିଖରେ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା।
ଦୀର୍ଘ ୪ ବର୍ଷ ଧରି ଚାଲିଥିବା ଶୁଣାଣି ପରେ ହୁଗଲି ଜିଲ୍ଲା କୋର୍ଟର ବିଚାରପତି ଶଙ୍କର ଘୋଷ ୭ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଜଣେ ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡ ମିଳିଥିବା ବେଳେ ଅନ୍ୟ ଜଣେ ସରକାରୀ ସାକ୍ଷୀ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ବିଶାଲ ଦାସଙ୍କୁ ଗିରଫ କରିବା ପୁଲିସ ପାଇଁ ସହଜ ନଥିଲା। ତାଙ୍କୁ ଧରିବା ପାଇଁ ପୁଲିସ ଦକ୍ଷିଣ ୨୪ ପ୍ରଗଣାର ଜୀବନତାଲା ଅଞ୍ଚଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ।
କ୍ରସଫାୟାରରେ ୩ ଜଣ ଆହତ ହୋଇଥିଲେ ମଧ୍ୟ ପୁଲିସ ବିଶାଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ବିଚାରପତି ଶିବ ଶଙ୍କର ଘୋଷ ୭ ଜଣ ଦୋଷୀ ଦାସ, ରାମକୃଷ୍ଣ ମଣ୍ଡଳ, ରଥିନ ସିଂହ, ରାଜକୁମାର ପ୍ରାମାଣିକ, ରତନ ବାପାରୀ, ବିନୋଦ ଦାସ ଓ ବିପ୍ଲବ ବିଶ୍ୱାସଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟ ଜଣେ ଦୋଷୀ ମଣ୍ଟୁ ଘୋଷଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।
ଅଧିକ ପଢ଼ନ୍ତୁ: କିମ୍ବା ଆସନ୍ତାକାଲି ହୋଇପାରେ ବିଜେପି ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ