ଦିଲ୍ଲୀରୁ ହରିଦ୍ୱାର ଯିବାବେଳେ ଘଟିଲା ଦୁର୍ଘଟଣା । ଚାଲିଗଲା ୬ ଜଣଙ୍କର ଜୀବନ । ସୂଚନା ଅନୁସାରେ, ଗୋଟେ କାରରେ ୬ ଜଣ ଯାତ୍ରୀ ଦିଲ୍ଲୀରୁ ହରିଦ୍ୱାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଆଜି ଉତ୍ତରପ୍ରଦେଶର ମୁଜାଫରନଗରର ଜାତୀୟ ରାଜପଥ-୫୮ରେ ଦୁର୍ଘଟଣାର ସାମ୍ନା କରିଥିଲା । ଦୁର୍ଘଟଣାରେ ଟ୍ରକ ଓ କାର ମଧ୍ୟରେ ଧକ୍କା ଦେଇଥିଲା । ଯାହାଫଳରେ କାରରେ ଯାତ୍ରା କରୁଥିବା ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣାସ୍ଥଳରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସଙ୍କ ସୂଚନା ଅନୁସାରେ, ଦୁର୍ଘଟଣାସ୍ଥଳରୁ କାରକୁ ଉଦ୍ଧାର କରିବା ପାଇଁ କ୍ରେନର ବ୍ୟବହାର କରିବାକୁ ପଡିଥିଲା । ଯାତ୍ରୀମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା କିନ୍ତୁ ପୋଲିସ କର୍ମଚାରୀମାନେ ସେମାନଙ୍କ ଶରୀରକୁ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଶରୀରଗୁଡିକୁ ଦେଖିସାରିବା ପରେ ମୃତ ବୋଲି ଘୋଷଣା କରିଥିଲେ । କେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ହେଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଆଗକୁ ପଢ଼ନ୍ତୁ : ଚପଲ କାରଖାନାରେ ଅଗ୍ନିକାଣ୍ଡ