ପେଟରୁ ବାହାରିଲା ୩୭ଟି ଚୁମ୍ବକ ଓ ୩୯ଟି କଏନ୍ । ଦିଲ୍ଲୀରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କ ଅନ୍ତନଳୀରୁ ବାହାରିଲା ୩୭ଟି ଚୁମ୍ବକ ଓ ୩୯ଟି କଏନ୍ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏଭଳି ଆକସ୍ମିକ ଘଟଣା ଘଟିଛି । ଏହି ଖବର ପାଇଁ ଏବେ ସାରା ଅଂଚଳରେ ଚର୍ଚ୍ଚା ଚାଲିଛି ।
ସୂଚନା ଅନୁଯାୟୀ,ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ତାଙ୍କ ପରିବାର ଲୋକେ ଭର୍ତ୍ତି କରାଇଥିଲେ । ଗତ କିଛି ଦିନ ଧରି ଲଗାତାର ଭାବରେ ତାଙ୍କର ବାନ୍ତି ହେଉଥିଲା । ଏପରିକି କୌଣସି ଖାଦ୍ୟ ଖାଇ ପାରୁନଥିଲେ। ଏଭଳି ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଆଣିବାରୁ ସେଠାରେ ତାଙ୍କର ଏକ୍ସ-ରେ କରାଯାଇଥିଲା ।
ଏକ୍ସ-ରେ ପରେ ଜଣାପଡିଥିଲା କି ତାଙ୍କ ପେଟରେ ଚୁମ୍ବକ ଏବଂ କଏନ ଭଳି କିଛି ଅସ୍ପଷ୍ଟ ପଦାର୍ଥ ରହିଛି । ଏହାପରେ ପେଟର ସିଟି ସ୍କାନ କରାଯାଇଥିଲା । ସିଟି ସ୍କାନରେ ବହୁ ପରିମାଣର ମୁଦ୍ରା ଏବଂ ଚୁମ୍ବକ ଅନ୍ତନଳୀରେ ଅବରୋଧ ସୃଷ୍ଟି କରୁଥିବା ଦେଖାଯାଇଥିଲା। ଡାକ୍ତରମାନେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ କ୍ଷୁଦ୍ର ଅନ୍ତନଳୀରେ ଚୁମ୍ବକ ଏବଂ ମୁଦ୍ରା ବାହାରିଥିଲା ।
ଅଧିକ ପଢନ୍ତୁ :ଗଗନଯାନ ମିଶନ ପାଇଁ ଘୋଷଣା ହେବ ୪ ପାଇଲଟଙ୍କ ନାମ