ଡାକ୍ତରଖାନାକୁ ରୋଗୀ ଯାଆନ୍ତି ନିଜ ଜୀବନ ବଞ୍ଚେଇବା ପାଇଁ । କିନ୍ତୁ ମହାରାଷ୍ଟ୍ରର ନାନ୍ଦେଡର ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନାରେ ୨୪ ଜଣ ପ୍ରାଣ ହରାଇଛନ୍ତି । ୨୪ ଜଣଙ୍କ ମଧ୍ୟରୁ ୧୨ ଜଣ ନବଜାତ ଶିଶୁ ମଧ୍ୟ ରହିଛନ୍ତି । ପ୍ରାପ୍ତ ବୟସ୍କ ୧୨ ଜଣଙ୍କର ମୃତ୍ୟୁ ବିଭିନ୍ନ କାରଣରୁ ହୋଇଥିବା ସୂଚନା ମିଳିଛି ।
ଡାକ୍ତରଖାନା କର୍ମଚାରୀଙ୍କର ସୂଚନା ଅନୁସାରେ, ଡାକ୍ତରଖାନାର ବିଭିନ୍ନ ବିଭାଗର ଅନେକ କର୍ମଚାରୀମାନଙ୍କର ବଦଳି ହୋଇଯାଇଥିବାରୁ ରୋଗୀଙ୍କ ଚିକିତ୍ସା ପାଇଁ କର୍ମଚାରୀମାନଙ୍କର ଅଭାବ ଦେଖାଦେଉଛି । କର୍ମଚାରୀଙ୍କ ସଂଖ୍ୟା କମ କିନ୍ତୁ ରୋଗୀଙ୍କ ସଂଖ୍ୟା ଅଧିକ । ଯାହା ପାଇଁ ବିଭିନ୍ନ ସମସ୍ୟାର ସାମ୍ନା କରିବା ପାଇଁ ପଡୁଛି । କର୍ମଚାରୀଙ୍କ ବଦଳି ପରେ ଆଉ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ମିଳିନାହିଁ । ଡାକ୍ତରଖାନାରେ ବହୁ ଯନ୍ତ୍ରପାତି ମଧ୍ୟ ଅଚଳ ଅବସ୍ଥାରେ ପଡିଛି ।ଡାକ୍ତରଖାନାରେ ୫୦୦ ରୋଗୀଙ୍କର ଚିକିତ୍ସା ପାଇଁ ସୁବିଧା କରାଯାଇଥିବାବେଲେ ୧୨୦୦ ରୋଗୀ ଭର୍ତ୍ତି ହୋଇଛନ୍ତି । ଡାକ୍ତରଖାନାରେ ଥିବା ହାଫକାଇନ ନାମକ ଏକ ଅନୁଷ୍ଠାନରୁ ମେଡ଼ିସିନ କିଣି ରୋଗୀଙ୍କୁ ଦିଆଯିବ କଥା କିନ୍ତୁ ସ୍ଥାନୀୟ ଅଞ୍ଚଳରୁ ଔଷଧ କିଣି ରୋଗୀଙ୍କୁ ଯୋଗାଇ ଦିଆଯାଇଛି । ଡାକ୍ତରଖାନାର ଅବ୍ୟବସ୍ଥିତ କାର୍ଯ୍ୟ ଉପରେ ସରକାର ଦୃଷ୍ଟି ପକାଇ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ।
ଆଗକୁ ପଢ଼ନ୍ତୁ : ବିମାନ କର୍ମଚାରୀଙ୍କୁ ପରଫ୍ୟୁମ୍ ବ୍ୟବହାର କରିବା ପାଇଁ ବାରଣ