ବିମାନ କର୍ମଚାରୀଙ୍କୁ ପରଫ୍ୟୁମ୍ ବ୍ୟବହାର କରିବା ପାଇଁ ବାରଣ ହେବ । ଆଲକହଲ୍ ଭାଗ ଥିବା ପରଫ୍ୟୁମ୍, ଔଷଧ ଆଦି ଉତ୍ପାଦ ବିମାନ କର୍ମଚାରୀ ମାନଙ୍କ ପାଇଁ ବ୍ୟବହାର ମନା ହୋଇପାରେ । ବିମାନକୁ ଯିବା ପୂର୍ବରୁ କିମ୍ବା ବିମାନରୁ ବାହାରିବା ପରେ ହେଉଥିବା ବ୍ରେଥ ଆନାଲାଇଜ୍ ବା ନିଶା ସେବନ ପରୀକ୍ଷା ସମୟରେ କେତେକ କ୍ଷେତ୍ରରେ ଉକ୍ତ ରିପୋର୍ଟ ପଜିଟିଭ୍ ଆସୁଛି ।ଯଦି କୌଣସି କର୍ମଚାରୀ ସଦସ୍ୟ ଉକ୍ତ ଔଷଧ ନେବେ ତାହା ପୂର୍ବରୁ କମ୍ପାନିର ଡାକ୍ତରଙ୍କୁ ବିମାନ ଉଡ଼ାଣ କାର୍ଯ୍ୟ ପୂର୍ବରୁ ପରାମର୍ଶ କରିବେ ବୋଲି ଡିଜିସିଏର ଚିଠା ପ୍ରସ୍ତାବରେ କୁହାଯାଇଛି ।
ଅନେକ ପାଇଲଟଙ୍କର ନିଶା ସେବନ ଟେଷ୍ଟ ପଜିଟିଭ୍ ଆସିଛି । ସେମାନେ ଏଥିପାଇଁ ଆଫଟର ସେଭ ଲୋସନ କିମ୍ବା ପରଫ୍ୟୁମରେ ଥିବା ଆଲକହଲକୁ ଦୋଷ ଦେଇଛନ୍ତି । ଏପରିକି ହୋମିଓପାଥି ଔଷଧ ସେବନକୁ ମଧ୍ୟ ଦୋଷ ଦେଇଛନ୍ତି ।ଏହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବା ଡିଜିସିଏ ଆଲକହଲ ବ୍ୟବହାର ପାଇଁ ଡାକ୍ତରୀ ପରୀକ୍ଷା ପଦ୍ଧତିରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛି । ଏହି ସଂଶୋଧନ ପ୍ରସ୍ତାବରେ ଉପରୋକ୍ତ କଟକଣା ଲଗାଇବା ପାଇଁ କୁହାଯାଇଛି । ଏହା ହେଲେ ବିମାନ କର୍ମଚାରୀ ଏଭଳି କିଛି ଔଷଧ ବ୍ୟବହାର କରିପାରିବେ ନାହିଁ, ଯେଉଁଥିରେ ଆଲକହଲ ରହିଛି।
କେବଳ ଔଷଧ ନୁହେଁ, ମାଉଥୱାସ, ଦାନ୍ତଘଷା ଜେଲ, ପରଫ୍ୟୁମ ଆଦି ଯେଉଁଥିରେ ଆଲକହଲର ମାତ୍ରା ରହିଛି ତାହାକୁ ମଧ୍ୟ ସେମାନେ ବ୍ୟବହାର କରିପାରିବେ ନାହିଁ। ଏସବୁ ଔଷଧ ଓ ଉତ୍ପାଦ ବ୍ୟବହାର କଲେ ବ୍ରେଥ ଆନାଲଇଜର ଟେଷ୍ଟ ପଜିଟିଭ ଆସିପାରେ ।ଯେଉଁ ବିମାନ କର୍ମଚାରୀ ସେମାନଙ୍କ ପ୍ରଥମ ପ୍ରି ଫ୍ଲାଇଟ୍ ବ୍ରେଥ ଆନାଲଇଜର ଟେଷ୍ଟରେ ବିଫଳ ହୁଅନ୍ତି ସେମାନଙ୍କର ଲାଇସେନ୍ସ ୩ ମାସ ପାଇଁ ବାତିଲ ହୋଇପାରେ । ଦ୍ୱିତୀୟ ଥର ପାଇଁ ହେଲେ ଲାଇସେନ୍ସ ୩ ବର୍ଷ ପାଇଁ ବାତିଲ ତୃତୀୟ ଥର ପାଇଁ ବିଫଳ ହେଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।
ଅଧିକ ପଢନ୍ତୁ :ଉଡନ୍ତା ଫ୍ଲାଇଟରେ ଜରୁରୀକାଳୀନ ଚିକିତ୍ସା କଲେ ଡାକ୍ତର