ଶ୍ରୀନଗର: ଦକ୍ଷିଣ କାଶ୍ମୀର କୋକେରନାଗର ଗଡୋଲ ଜଙ୍ଗଲରେ ୨ ଜଣ କାର୍ଯ୍ୟରତ ଯବାନ ନିଖୋଜ ହୋଇଯାଇଛନ୍ତି । ସୁରକ୍ଷାବାହିନୀ ନିଖୋଜଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ସ୍ଥଳ ସେନା ଏବଂ ପୋଲିସ ଆକାଶ ମାର୍ଗର ସହୟତା ନେଇଛନ୍ତି ।
କିସ୍ତାୱାଡ଼ ଏବଂ ଅନନ୍ତନାଗ ମଝିରେ ଅବସ୍ଥିତ କୋକେରନାଗରେ ୨ ଜଣ ଯବାନ ଅକ୍ଟୋବର ୬ ତାରିଖରୁ ନିଖୋଜ ଅଛନ୍ତି । ଦୁଇ ଜଣ ୫ ପାରାର ଅଗ୍ନିବୀର ଯବାନ ଅଟନ୍ତି । ଏମାନଙ୍କ ସହିତ କୌଣସି ଆତଙ୍କବାଦୀ ସଂଗଠନ ସମ୍ପର୍କ ସ୍ପଷ୍ଟ ହୋଇନାହିଁ । ଅପରେସନ୍ ସମୟରେ ଉଭୟ ରାସ୍ତା ଭୁଲି ଯାଇଥିବା ସେନା ପକ୍ଷରୁ କୁହାଯାଇଛି । ସେମାନଙ୍କୁ ଖୋଜି ବାହାର କରିବାକୁ ସୁରକ୍ଷାବାହିନୀକୁ ନିୟୋଜିତ କରାଯାଇଛି । ଆକାଶ ମାର୍ଗରୁ ମଧ୍ୟ ହେଲିକପ୍ଟର ସାହାଯ୍ୟରେ ଖୋଜିବାକୁ ପ୍ରୟାସ କରାଯାଉଛି ।