ଧାନବାଦର ଏକ ବିଲଡିଂ ରେ ଭୟଙ୍କର ଅଗ୍ନିକାଣ୍ଡ,୧୪ ଜଣଙ୍କ ମୃତ୍ୟୁ
Khabar Odisha:14-charred-to-death-several-injured-in-major-fire-at-multi-storey-building
ଖବର ଓଡିଶା : 01/02/2023:

ଝାଡଖଣ୍ଡର ଧାନବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସହରର ଆଶୀର୍ବାଦ ଟାୱାରରେ ଅଗ୍ନିକାଣ୍ଡ ଘଟି ୧୪ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା, ୩ ଜଣ ଶିଶୁ ଓ ଜଣେ ବୃଦ୍ଧ ରହିଛନ୍ତି । ଅଗ୍ନିକାଣ୍ଡରେ ୧୨ଜଣ ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି । ଗତକାଲି ରାତିରେ ରେ ହଠାତ୍ ଏହି ବହୁତଳ କୋଠାରେ ନିଆଁ ଲାଗି ଯାଇଥିଲା । ଫଳରେ ଲୋକେ ଭୟରେ ଏଣେ ତେଣେ ଦୌଡିବାକୁ ଲାଗିଥିଲେ । ଧିରେ ଧିରେ ନିଆଁ ଅନ୍ୟଆଡକୁ ବ୍ୟାପିବାରେ ଲାଗିଥିଲା । ଦମକଳ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ପରେ ନିଆଁକୁ ଆୟତ କରିଥିଲେ । ଅନେକ ପୁଲିସକର୍ମୀ ମଧ୍ୟ  ଘଟଣାସ୍ଥଳରେ ଉପସ୍ଥିତ ଥିଲେ |  ଧାନବାଦର ଡେପୁଟ କମିଶନର ଘଟଣାସ୍ଥଳରେ ରହି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ତେବେ କୌଣସି ପୂଜା ଚାଲିଥିବା ସମୟରେ ନିଆଁ ଲାଗିଥିଲା କୁହାଯାଉଛି । ଲୋକଙ୍କୁ ଉଦ୍ଧାର ବେଳେ କିଛି ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏଭଳି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ସମସ୍ତ ମୃତକ ପରିବାରକୁ  ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି  । 

Subscribe

National International State Sports Entertainment