ଅମୃତସର: ପଞ୍ଜାବର ଅମୃତସରରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ବିଷାକ୍ତ ମଦ କାରଣରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଝି ଏବଂ ମାଜିଥାର ଭାଗଲି ଗାଁରେ ଏହି ଅଘଟଣ ଘଟିଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ କହିଛି ଯେ ଅମୃତସର ଜିଲ୍ଲାର ମାଝିଥାର ମାଧାଇ ଏବଂ ଭାଗଲି ଗ୍ରାମରେ ବିଷାକ୍ତ ମଦ ପିଇ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟରେ ମୃତଦେହଗୁଡ଼ିକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ମାମଲାର ତଦନ୍ତ କରାଯାଉଛି।
ଅମୃତସର ଏସ୍ଏସ୍ପି (ଗ୍ରାମାଞ୍ଚଳ) ମନିନ୍ଦର ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ବିଷାକ୍ତ ମଦ ପିଇବା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରାଯାଉଛି। ତଦନ୍ତ ପରେ ଘଟଣା ସହିତ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟରେ ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ବିଷାକ୍ତ ମଦ ଯୋଗୁଁ ମୃତ୍ୟୁର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ପଞ୍ଜାବ, ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟର ବିଭିନ୍ନ ଜିଲ୍ଲାରୁ ଏପରି ମାମଲା ରିପୋର୍ଟ ହୋଇଛି।
ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ପାଇଁ ଟ୍ରମ୍ପଙ୍କ ଶ୍ରେୟ ନେବାର ପ୍ରୟାସ ନିନ୍ଦନୀୟ