ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମିଳିତ ଜାତିସଂଘକୁ ସମ୍ବୋଧିତ କରି ବିଶ୍ୱ ଶାନ୍ତିର ଅପିଲ୍ କରିଛନ୍ତି । ସେ କହିଛନ୍ତି ମାନବତାର ଶାନ୍ତି ଓ ସଫଳତା ଯୁଦ୍ଧ ମଇଦାନ ନୁହେଁ ବରଂ ସାମୂହିକ ଶକ୍ତିରେ ହିଁ ନିହିତ ରହିଛି । ଇସ୍ରାଏଲ-ହମାସ ଯୁଦ୍ଧ ଓ ୟୁକ୍ରେନ ସଙ୍କଟ ସହିତ ଦୁନିଆ ସାରା ଜାରି ସଂଘର୍ଷର ପୃଷ୍ଠଭୂମିକୁ ନେଇ ମିଳିତ ଜାତିସଂଘର ‘ଭବିଷ୍ୟତର ଶିଖର ସମ୍ମିଳନୀ’ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟିପ୍ପଣୀ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ଯେବେ ଅନ୍ତର୍ଜାତୀୟ ସମୁଦାୟ ବିଶ୍ୱର ଭବିଷ୍ୟତ ଉପରେ ଆଲୋଚନା କରୁଛି, ତେବେ ସର୍ବୋଚ୍ଚ ପ୍ରାଥମିକତା ମାନବ କେନ୍ଦ୍ରିତ ଦୃଷ୍ଟିକୋଣ ଉପରେ ରହିବା ଉଚିତ୍ । ମାନବିକତା ସଫଳତା ଆମର ସାମୂହିକ ଶକ୍ତିରେ ନିହିତ ରହିଛି ନା କି ଯୁଦ୍ଧ ମଇଦାନରେ । ପ୍ରଧାନମନ୍ତ୍ରୀ ଏହା ଉପରେ ଜୋର ଦେଇଛନ୍ତି ଯେ, ସ୍ଥିର ବିକାଶକୁ ପ୍ରାଥମିକତା ଦେଇ ମାନବ କଲ୍ୟାଣ, ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିବା ଉଚିତ୍ । ସାଇବର, ସମୁଦ୍ର, ଅନ୍ତରୀକ୍ଷ ପରି ନୂତନ କ୍ଷେତ୍ରରେ ସଂଘର୍ଷ ଓ ଆତଙ୍କବାଦ ପ୍ରସଙ୍ଗକୁ ମିଳିତ ଜାତିସଂଘରେ ଉତଥାପନ କରି ମୋଦୀ ଉଚିତ୍ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆତଙ୍କବାଦ ବୈଶ୍ୱିକ ଶାନ୍ତି ଓ ସୁରକ୍ଷା ପାଇଁ ବଡ ବିପଦ ପାଲଟିଛି । ଭାରତରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ନେଇ ଏହା ଦେଖାଇଛୁ ଯେ, ସ୍ଥିର ବିକାଶ ହିଁ ସବୁ କିଛି ରହିଛି । ଭାରତ ନିଜର ଏହି ସଫଳତାର ଅନୁଭଭକୁ ପୁରା ଗ୍ଲୋବାଲ ସାଉଥ ସହ ବାଣ୍ଟିବାକୁ ପ୍ରସ୍ତୁତ ।