ଆଜି ଆପଣଙ୍କ ରୋଷେଇ ଘରେ ପ୍ରସ୍ତୁତ କରନ୍ତୁ ଗ୍ରୀନ୍ ମଟର ତରକାରୀ
Khabar Odisha:lifestyle-odisha-kadai-mattar-curry-recipe
ଭୁବନେଶ୍ଵର, ଡିସେମ୍ଵର ୧୮ (ଖବର ଓଡିଶା) :

 ଗ୍ରୀନ ମଟର ଓ ନଡିଆକୁ ବ୍ୟବହାର କରି ଆଜି ଆମେ ଆପଣଙ୍କୁ ଏକ ସ୍ଵାଦିଷ୍ଟ ତରକାରୀ ବିଷୟରେ କହିବାକୁ ଯାଉଛି। ଯାହାକୁ ପ୍ରସ୍ତୁତ କରିବା ଖୁବ୍ ସହଜ ଓ ସ୍ଵାଦିଷ୍ଟ ମଧ୍ୟ। ଏହାକୁ ଦକ୍ଷିଣ ଭାରତୀୟମାନେ ଖୁବ୍ ପସନ୍ଦ କରନ୍ତି। 

ଆବଶ୍ୟକୀୟ ସାମଗ୍ରୀ- ୧/୨ କପ୍ ସିଝା ମଟର, ୧ ଟେବୁଲ ସ୍ପୁନ ତେଲ, ୧/୨ ଟିସ୍ପୁନ ଜିରା, ୧ ଟି ସ୍ପୁନ ଡାଲି, ୧/୨ କପ୍ କଟା ପିଆଜ, ୧ ଟିସ୍ପୁନ ରଶୁଣ ପେଷ୍ଟ, ୧ଟିସ୍ପୁନ ଧନିଆ ଜିରା ପାଉଡର, ୧ ଟିସ୍ପୁନ ଲଙ୍କା ଗୁଣ୍ଡ, ୧/୨ ଟିସ୍ପୁନ ହଳଦୀ, ୧ଟି କଟା ଟମାଟୋ, ଲୁଣ ସ୍ଵାଦ ଅନୁସାରେ, କଟା ଧନିଆ, କାଜୁ ଟୁକୁଡା, ୪ ଟେବୁଲ ସ୍ପୁନ ନଡିଆ କଷା। 

ପ୍ରସ୍ତୁତି ପ୍ରଣାଳୀ- ଏକ କଢାଇରେ ତେଲ ଗରମ କରନ୍ତୁ। ଏଥିରେ ଜିରା ପକାନ୍ତୁ। ଜିରା ଫୁଟିଲା ପରେ ଏଥିରେ ପିଆଜ କଟା ପକାନ୍ତୁ ଓ ମଧ୍ୟମ ଆଁଚରେ ୨ମିନିଟ୍ ଯାଏଁ ଭାଜନ୍ତୁ। ଏବେ ଏଥିରେ ରଶୁଣ ପେଷ୍ଟ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ, କଟା ଟମାଟୋ, ଲୁଣ ଓ ପାଣି ଢାଳନ୍ତୁ। ମସଲା ସବୁ ଭଲ ଭାବରେ ଭାଜି ହୋଇ ଗଲା ପରେ ଏଥିରେ ନଡିଆ ଓ କାଜୁ ପେଷ୍ଟ ପକାନ୍ତୁ। ଏଥିରେ ଏବେ ମଟର ଓ ପାଣି ମିଶାଇ ସିଝିବା ପାଇଁ କିଛି ସମୟ ଛାଡି ନିଅନ୍ତୁ। ମଟର ସିଝିଗଲା ପରେ ଏଥିରେ ଧନିଆ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗ୍ରୀନ୍ ମଟର ତରକାରୀ।

Subscribe

National International State Sports Entertainment