ଚଟପଟା ପନୀର କୋରମା
Khabar Odisha:lifestyle-odisha-Paneer-Korma-making-process
ଭୁବନେଶ୍ଵର, ଡିସେମ୍ଵର ୧୯ (ଖବର ଓଡିଶା) :

 ଖଟା ଚଟପଟା ଟମାଟୋ ଗ୍ରଭିରେ ପନୀର ପକାଇ ପ୍ରସ୍ତୁତ କରନ୍ତୁ ପନୀର କୋରମା। ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍ ସହଜ। ଏହାକୁ ରୋଟି ସହ ଆପଣ ପରଷି ପାରିବେ। 

ଆବଶ୍ୟକୀୟ ସାମଗ୍ରୀ- ୨ କପ୍ ପନୀର ଟୁକୁଡା, ୨ ଟେବୁଲ ସ୍ପୁନ ତେଲ, ୩ରୁ ୪କପ୍ ପିଆଜ ପେଷ୍ଟ, ୨ଟି ଅଳେଇଚ, ଅଧା କପ୍ ସିଝା ଟମାଟୋ, ଏକ ଟିସ୍ପୁନ ଲଙ୍କା ଗୁଣ୍ଡ, ୧ଟିସ୍ପୁନ ହଳଦୀ ଗୁଣ୍ଡ, ୧/୪ ଫ୍ରେସ୍ କ୍ରିମ୍, କଟା ଧନିଆ, ସ୍ଵାଦ ଅନୁସାରେ ଲୁଣ, ଗରମ ମସଲା, ପନୀର ତରକାରୀ ମସଲା। 

ବିଧି- ଏକ ପୟାନରେ ତେଲ ଗରମ କରନ୍ତୁ। ଏଥିରେ ପିଆଜ ଅଳେଇଚ ପକାଇ ମଧ୍ୟମ ଆଁଚରେ ୨ମିନିଟ୍ ଯାଏଁ ଭାଜନ୍ତୁ। ଏହାପରେ କଟା ଟମାଟୋ ଏବଂ ୨ଟେବୁଲ ସ୍ପୁନ ପାଣି ପକାନ୍ତୁ। ଏହି ମସଲାକୁ ୨ରୁ ୩ ମିନିଟ୍ ଯାଏଁ ଭାଜନ୍ତୁ। ଏହାପରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ପନୀର ମସଲା ଓ ଲୁଣ ପକାନ୍ତୁ। ୨ ମିନିଟ୍ ପରେ ପନୀର ଟୁକୁଡା ଏବଂ କ୍ରିମ୍ ପକାନ୍ତୁ। ଏହାକୁ ୨ ମିନିଟ୍ ଯାଏଁ ମଧ୍ୟମ ଆଁଚରେ ଭାଜନ୍ତୁ। ଏବେ କିଛି ଗରମ ମସଲା ପକାଇ ଘାଣ୍ଟନ୍ତୁ। ଏକ ମିନିଟ୍ ପରେ ଗ୍ୟାସ ବନ୍ଦ କରନ୍ତୁ। ଏବେ କଟା ଧନିଆ ପକାଇ ଏକ ପାତ୍ରରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର କୋରମା।

Subscribe

National International State Sports Entertainment