କ୍ୟାନ୍ସରରୁ ରକ୍ଷା କରେ ବୋଇତି କଖାରୁ, ଆଖି ପାଇଁ ମଧ୍ୟ ଖୁବ ଉପକାରୀ
Khabar Odisha:lifestyle-Odisha-Amazing-health-benefits-of-eating-pumpkin-and-its-seeds-in-weight-loss-eyesight-and-cancer
ଭୁବନେଶ୍ୱର, ଅଗଷ୍ଟ ୨୦(ଖବର ଓଡ଼ିଶା):

ବୋଇତି କଖାରୁ କଣ ତ ଆପଣ ନିଶ୍ଚୟ ଜାଣିଥିବେ । ଏହା କିଛି ଲୋକଙ୍କୁ ଖାଇବାକୁ ପସନ୍ଦ ଥିବା ବେଳେ କିଛି ଲୋକଙ୍କୁ ଭଲ ଲାଗିନଥାଏ । କିନ୍ତୁ ଏଥିରେ ତରକାରୀ ନ କରି କିଛି ମିଠା ଜାତୀୟ ଖାଦ୍ୟ ପ୍ରସ୍ତୁତ କରି ଖାଇଲେ ଏହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ବୋଇତି କଖାରୁରେ ପୋଟାସିୟମ, ବିଟା କେରୋଟିନ, ଭିଟାମିନ ଏ , ଭିଟାମିନ କେ, ଫାଇଭର ସମେତ ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଛି । ଆସନ୍ତୁ ଜାଣିବା ଶରୀର ପାଇଁ ଏହା କେତେ ଉପକାରୀ..

ବୋଇତି କଖାରୁରେ କମ କ୍ୟାଲୋରୀ ଥିବାରୁ ପ୍ରତିଦିନ ଏହା ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ବୋଇତି କଖାରୁରେ କ୍ୟାରୋଟିନାଇଡ଼ସ ଓ ଜିଙ୍କ ରହିଥିବାରୁ ଏହା ଶରୀରରେ କଲେଷ୍ଟ୍ରୋଲ ମଧ୍ୟ କମ କରିବା ସହ କ୍ୟାନ୍ସର ରୋକିବାରେ ସାହାଯ୍ୟ କରିଥାଏ ।

ବୋଇତି କଖାରୁରେ ବିଟା କ୍ୟାରୋଟିନାଇଡ଼ ଭରପୁର ପରିମାଣର ରହିଥାଏ । ଏହା ଆଖିର ରୋଶ୍ନି ବୃଦ୍ଧି କରାଇବାରେ ମଧ୍ୟ ଭଲ କାମ କରିଥାଏ । ଏହା ତ୍ୱଚା ପାଇଁ ମଧ୍ୟ ଉପକାରୀ ହୋଇଥାଏ । ବୋଇତି କଖାରୁରେ ଥିବା ଭିଟାମିନ ଇ ଓ ସି ଆଣ୍ଟିଅକ୍ସିଡେଣ୍ଟ ଭଳି କାମ କରିଥାଏ । 

  • Tags:

Subscribe

National International State Sports Entertainment