ଆପଣଙ୍କ ଆଖିତଳ କଳା ପଡ଼ୁଛି କି ? ଆପଣାନ୍ତୁ ଏହି ଉପାୟ
Khabar Odisha:Are-your-eyebrows-black-Thats-the-way-it-is-with-you
ଓଡ଼ିଶା,ଡିସେମ୍ବର 30 (ଖବର ଓଡ଼ିଶା):

 ଶୀତଦିନିଆ ଥଣ୍ଡା ପରିବେଶ କାରଣରୁ କେତେଜଣଙ୍କର ଆଖି ତଳ କଳାଦାଗ ସମସ୍ୟା ବଢ଼େ। ଏଥିରୁ ରକ୍ଷା ପାଇବାକୁ କେତୋଟି ସରଳ ଘରୋଇ ଉପଚାର:


- ବାଦାମ ତେଲ ୧ଚାମଚ ଓ ଲେମ୍ବୁ ରସ ଅଧ ଚାମଚକୁ ମିଶାଇ ତୁଳାରେ ନେଇ ଆଖି ତଳ କଳାଦାଗରେ ଲଗାଇ ୨ମିନିଟ୍‌ ମାଲିସ୍ କରନ୍ତୁ। ରାତିରେ ଏଇ ପ୍ୟାକ୍ ଲଗାଇ ଶୋଇବା ଭଲ। ସପ୍ତାହେ କରିବା ପରେ ଫରକ୍ ଜାଣିପାରିବେ।
- କଞ୍ଚା ଖିରରେ ଭିଟାମିନ୍ ଇ ମିଶାଇ ଆଖି ଚାରିପାଖେ ମାଲିସ୍ କରନ୍ତୁ। ସ୍ନାନ ପୂର୍ବରୁ ଏହି ପ୍ୟାକ୍ ଲଗାନ୍ତୁ। ଆଖି ତଳ କଳାଦାଗ ଦୂର ହେବା ପରେ ମଧ୍ୟ ଏଇ ପ୍ୟାକ୍ ଲଗାଇଲେ ଆଖି ବିନ୍ଧା ସମସ୍ୟା ଦୂର ହୁଏ।
- କାକୁଡ଼ି ଓ ଟମାଟୋ ରସ ସମପରିମାଣରେ ମିଶାଇ ଆଖି ତଳ କଳାଦାଗରେ ଲଗାଇବା ଭଲ। ପ୍ରତିଦିନ ଏଇ ପ୍ୟାକ୍ ଲଗାଇଲେ ଶୀଘ୍ର ଫରକ୍ ଜାଣିପାରିବେ।

  • Tags:

Subscribe

National International State Sports Entertainment