ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ତୁମ୍ବିତୋଫାନ, ଗୃହରେ ମୁଣ୍ଡ ପିଟିଲେ ତାରା
Khabar Odisha:school-open-matterodisha-assembly
ଭୁବନେଶ୍ୱର,ନଭେମ୍ବର 20 (ଖବର ଓଡିଶା)

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ଆଜି ସରଗରମ ରହିଛି ବିଧାନସଭା । ଗୃହରେ ବିଜେପି ଓ କଂଗ୍ରେସ ହୋହଲ୍ଲା କରିଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ସକାଳେ ଆତ୍ମହତ୍ୟା ଧମକ ଦେଇଥିବା ବେଳେ ଏବେ ମୁଣ୍ଡ ପିଟିଛନ୍ତି  । ବାଚସ୍ପତି ଗୃହକୁ ୧୦ ମିନିଟ୍‌ ପାଇଁ ମୁଲତବୀ କରିଛନ୍ତି 

ବିଧାନସଭାରେ ଆଜି ଅପରାହ୍ନରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ସମ୍ମୁଖରେ ଥିବା ଫାଇଭରରେ ମୁଣ୍ଡ ପିଟି ଦେଇଥିଲେ   ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ଓ ବିଜେପି ସଦସ୍ୟ ହୋହଲ୍ଲା ଏବଂ ପାଟିତୁଣ୍ଡ କରିଥିଲେ   ସେହି ସମୟରେ ତାରା ତାଙ୍କ ମୁଣ୍ଡ ପିଟି ଦେଇଛନ୍ତି  । ତେଣୁ ଗୃହକୁ ଶାନ୍ତ କରିବାକୁ ବାଚସ୍ପତି ୧୦ ମିନିଟ୍‌ ପାଇଁ ମୁଲତବୀ କରିଛନ୍ତି 

ଆଜି ସକାଳେ ବାଚସ୍ପତିଙ୍କ ରୁଲିଂ ପରେ ଗୃହରେ ବିଜେପି ଓ କଂଗ୍ରେସ ହୋହଲ୍ଲା କରିଥିଲେ । ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ଗୃହ ମୁଲତବୀ ପୂର୍ବରୁ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ ରାଜ୍ୟରେ ୭ ହଜାର ୭୭୨ ସ୍କୁଲ ବନ୍ଦ କରିବା ପ୍ରସ୍ତାବ ରହିଥିବା ପ୍ରତିକ୍ରିୟା ରଖିଥିଲେ । ବିରୋଧୀ ଅଭିଯୋଗ ଆଣିଥିବା ୧୪ ହଜାର ନୁହେଁ ୭,୭୭୨ ସ୍କୁଲ ବନ୍ଦ ପାଇଁ ପ୍ରସ୍ତାବ ରହିଛି ବୋଲି କହିଥିଲେ ମନ୍ତ୍ରୀ ସମୀର ଦାସ । ଏହାସହ ସ୍କୁଲ ବନ୍ଦ ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସରକାରଙ୍କ ଲକ୍ଷ୍ୟ ରହିଛି   । ସ୍କୁଲ ବନ୍ଦ ହେଲେ ବିଧାନସଭାରେ ଆତ୍ମହତ୍ୟା କରିବି' ମୌଳିକ ଅଧିକାର କ୍ଷୂର୍ଣ୍ଣ କରିଛନ୍ତି ସରକାର' ବୋଲି ତାରା କହିଥିଲେ  ।

 

  • Tags:

Subscribe

National International State Sports Entertainment