ଗ୍ଲୋବାଲ ଟେଣ୍ଡର କଲେ ରାଜ୍ୟ ସରକାର, କ୍ରୟ କରିବେ ବିପୁଳ ପରିମାଣର ଟିକା ଜାଣନ୍ତୁ ସମ୍ଫୁର୍ଣ୍ଣ ସୁଚନା.....
Khabar Odisha:odisha-government-float-global-tender-for-38-cr-covid-19-vaccine

 ଭୁବନେଶ୍ୱର, ମେ୧୫(ଖବର ଓଡିଶା); ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡିଶା କୋଭିଡ ଟିକା ବଜାରୁ କ୍ରୟ କରିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛନ୍ତି । ଏହି ଟେଣ୍ଡର ଆବେଦନ ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୨୮ ତାରିଖ ମଧ୍ୟରେ ବିଶ୍ୱର ଅଗ୍ରଣି ଟିକା ଉତ୍ପାଦନ କାରି କମ୍ପାନୀ ଏବଂ ଦେଶର ପ୍ରମୁଖ କମ୍ପାନୀ ମାନେ ଏଥିରେ ଭାଗ ନେଇ ପାରିବେ । 

ତେବେ ଏହି ଟେଣ୍ଡର ମାଧ୍ୟମରେ ରାଜ୍ୟ ସରକାର ୩ କୋଟି ୮୦ ଲକ୍ଷ ଟିକା ସଂଗ୍ରହ କରିବା ଲକ୍ଷ ରଖିଥିବା ବେଳେ ଟେଣ୍ଡର ନେଇଥିବା କମ୍ପାନୀକୁ ଆଗାମି ଚାରି ମାସ ମଧ୍ୟରେ ଟିକା ପ୍ରଦାନ କରିବାକୁ ପଡିବ ବୋଲି ମୁଖ୍ୟ ଶାସନ ସଚିବ ଆଜି ଏକ ପ୍ରେସ୍ ବାର୍ତ୍ତରେ କହିଛନ୍ତି । 

ସମଗ୍ର ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ରୋକିବାର ସମସ୍ତ ପ୍ରୟାସ ପ୍ରାୟ ବୃଥା ଲାଗୁଥିବା ବେଳେ ସାମୁହିକ ଟିକା କରଣ ଏକମାତ୍ର ଉପାୟ ବୋଲି ଏବେ ସମସ୍ତ ସରକାର ଧରି ନେଇଛନ୍ତି ବୋଲି ଅନୁମେୟ ହେଉଛି । କେନ୍ଦ୍ରର ମୋଦି ସରକାରଙ୍କ ପଖରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସରକାର ଟିକା କରଣକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କାରଣରୁ ରାଜ୍ୟରେ କୋଭିଡ ଟିକା କରଣକୁ ତ୍ୱରାନିତ କରିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କ୍ରୟ କରିବାକୁ ନିଷ୍ପତି ନେଇଛନ୍ତି ।

  • Tags:

Subscribe

National International State Sports Entertainment