ଚାହୁଁଥିଲେ ଝିଅ, ପୁଅ ହେବାରୁ ବୁଦାରେ ଫିଙ୍ଗି ଦେଲେ ଦମ୍ପତ୍ତି, ଗିରଫ କଲା ପୋଲିସ
Khabar Odisha:national-odisha-gujarat-surat-parents-throw-infant-garbage-arrest
ସୁରଟ, ଜାନୁଆରୀ୧୪(ଖବର ଓଡ଼ିଶା):

ଅଦ୍ୟାବଧି  ଝିଅ ଜନ୍ମ ହେଲେ ଦୁଃଖି ମାତା-ପିତା ତାକୁ ତ୍ୟାଗ କରି ଦେଉଥିବା ଖବର ଆପଣ ଅନେକ ଥର ଶୁଣିଥିବେ। ଅନେକ ପରିବାର ଝିଅକୁ ବୋଝ ଭାବୁଥିବା ଆପଣ ମଧ୍ୟ ଦେଖିଥିବେ। ମାତ୍ର ଗୁଜରାତର ସୁରଟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପୁଅ ଜନ୍ମ ହେବାରୁ ତାକୁ ତ୍ୟାଗ କରି ଦେବାର ଖବର ସାମ୍ନାକୁ ଆସିଛି। ସଂପ୍ରତି ଶିଶୁ ପୁତ୍ର ସୁସ୍ଥ ଅଛି ଏବଂ ଶିଶୁଟି ଡାକ୍ତରଙ୍କ ତତ୍ଵାବଧାନରେ ଅଛି। 

ସୁରଟର ଚୌକ ବଜାର ଥାନା ଅନ୍ତର୍ଗତ ସିଙ୍ଗଣପୋର ଅଞ୍ଚଳରେ ଗତ ରାତିରେ ଏକ ବୁଦାରୁ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିବା। ସ୍ଥାନୀୟ ଲୋକେ ତୁରନ୍ତ ଏହାର ସୂଚନା ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଦେଇଥିଲେ।

ଖବର ମିଳିବା ମାତ୍ରେ ଚୌକ ବଜାର ଥାନା ପୋଲିସ  ଓ ୧୦୮ ଆମ୍ବୁଲାନ୍ସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ଶିଶୁର କାନ୍ଦ ଯେଉଁ ସ୍ଥାନରୁ ଆସୁଥିଲା, ସେହି ପର୍ଯ୍ୟନ୍ତ ଭିଡ଼ିଓ ତିଆରି କରାଯାଇଥିଲା। ଯେବେ ଦଳ ଶିଶୁ  ପାଖକୁ ପହଞ୍ଚିଲେ, ଦେଖିବାକୁ ପାଇଲେ ଯେ, ଏହା ଏକ ନବଜାତ ଶିଶୁ ପୁତ୍ର। 

ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କଲେ ଯେ, କେହି ଶିଶୁ ପୁତ୍ରକୁ ଫିଙ୍ଗି ଚାଲି ଯାଇଛି। ୧୦୮ ଆମ୍ବୁଲାନ୍ସ ଶିଶୁକୁ ନେଇ ସୁରଟ ସିଭିଲ ହସ୍ପିଟାଲରେ ପହଞ୍ଚିଥିଲା। ଶିଶୁ ଏବେ ମଧ୍ୟ ଡାକ୍ତରଙ୍କ ତତ୍ଵାବଧାନରେ ରହିଛି। 

ଚୌକ ଚଜାର ପୋଲିସ ଯେବେ ଘଟଣାର ତଦନ୍ତ ଆରମ୍ଭ କଲା, ପୋଲିସ ଟ୍ରକ ଡ୍ରାଇଭର ମଙ୍ଗୁ ଭାଇ ବଞ୍ଜାରା ଓ ଏହାର ପତ୍ନୀ ଗଙ୍ଗା ବେନ ପାଖରେ ପହଞ୍ଚିଥିଲା। ପୋଲିସ ତଦନ୍ତରେ ଶିଶୁକୁ ବୁଦାରେ ଫିଙ୍ଗି ଦେବା ମାମଲା ଉପରୁ ପରଦା ଉଠିଥିଲା। ମଙ୍ଗୁ ଏବଂ ତାର ପତ୍ନୀ ପୋଲିସ ସାମ୍ନାରେ ସ୍ଵୀକାର କରିଛନ୍ତି ଯେ, ଏହି ନବଜାତ ଶିଶୁ ସେମାନଙ୍କର ସନ୍ତାନ। 

ଦମ୍ପତ୍ତି ମାନିଛନ୍ତି ଯେ, ତାଙ୍କର ପୂର୍ବରୁ ତିନି ପୁତ୍ର ସନ୍ତାନ ଅଛନ୍ତି। ସେମାନେ ଏଥର ଝିଅ ହେବା ଆଶାରେ ଥିଲେ। ମାତ୍ର ପୁଅ ହେବାରୁ ସେମାନେ ତାକୁ ଆପଣେଇବାକୁ ଚାହିଁନଥିଲେ। ତେଣୁ ସେମାନେ ଶିଶୁ ପୁତ୍ରକୁ ବୁଦାରେ ଫିଙ୍ଗି ମରିବାକୁ ଛାଡ଼ି ଦେଇଥିଲେ।

Subscribe

National International State Sports Entertainment