ଖୋର୍ଦ୍ଧାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
Khabar Odisha:minor-girl-raped-in-Khurda
ଖୋର୍ଦ୍ଧା, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା):

ଖୋର୍ଦ୍ଧା ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଉଦୟଗିରି ଗ୍ରାମରେ ପାଂଚ ବର୍ଷର ନାବାଳିକାକୁ ଜଣେ କଲେଜ୍ ପଢୁଆ ୧୬ ବର୍ଷ ବୟସ୍କ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକା କନ୍ୟାକୁ ଉଦ୍ଧାର କରାଯାଇ ଟାଙ୍ଗୀ ମେଡିକାଲରେ ଚିକିସ୍ଚା ନିମନ୍ତେ ଭର୍ତ୍ତି କରାଯାଇଛି । ଏହା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତାର ପିତା । ଗତକାଲି ସଂନ୍ଧ୍ୟା ସମୟରେ ନାବାଳିକାକୁ ପ୍ରଲୋଭନ ଦେଖାଇ ଯୁବକ ଜଣକ କରିଥିଲା ଦୁଷ୍କର୍ମ । ଏଯାବତ୍ ପୋଲିସ୍ ଏହି ଘଟଣାରେ କାହାରିକୁ ଗିରଫ କରିନଥିବା ଜଣାପଡିଛି । ଅଭିଯୁକ୍ତକୁ ଧରିବା ପାଇଁ ଟାଙ୍ଗି ପୋଲିସ ବିଭିନ୍ନ ଯାଗାରେ ଚଢ଼ାଉ ଜାରି ରଖିଛି ।

  • Tags:

Subscribe

National International State Sports Entertainment