ଭାରତୀୟ ସେନାର ବଡ ସଫଳତା, 24 ଘଣ୍ଟାରେ 9 ଆତଙ୍କବାଦୀ ନିପାତ
Khabar Odisha:fresh-gunfight-in-kupwara-woods-infiltrators-killed
ଜାମ୍ମୁକାଶ୍ମୀର, ଏପ୍ରିଲ ୦୫ (ଖବର ଓଡ଼ିଶା):

ରବିବାର ଜାମ୍ମୁ କାଶ୍ମୀରର କୁପୱାଡା ଜିଲ୍ଲାରେ ସେନାର ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ। ଏନାକାଉଣ୍ଟର କରି 5 ଆତଙ୍କବାଦୀଙ୍କୁ ମାରିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ଖୋଜିବା ନେଇ ସେନା ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନର 5 ମ ଦିନରେ ସେନାକି ଏଭଳି ବଡ ସଫଳତା ମିଳିଥିବା ଜଣାପଡିଛି। ଏହି ଅଭିଯାନ ସମୟରେ ରବିବାର ସକାଳେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟ ଜଙ୍ଗଲରେ ଥିବା ରଙ୍ଗଡୋରି ବାକ୍ ଅଞ୍ଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହା ପରେ ସେନା ଦ୍ୱାରା 5 ଆତଙ୍କବାଦୀକୁ ଗୁଳି କରି ମାରି ଦିଆଯାଇଥିବା ଜଣାପଡିଛି।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେନାର 8 ମ ଜାଟ ରେଜିମେଣ୍ଟ ଗୁଗୁଲଡାରା କିଶୋର ବାକ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେନା ଜାଣିବାକୁ ପାଇଥିଲା ଯେ ଆତଙ୍କବାଦୀଙ୍କ ଏକ ବଡ ଗୋଷ୍ଠୀ ଏହି ଅଞ୍ଚଳରେ ପ୍ରବେଶ କରିଛନ୍ତି, ଯେଉଁମାନେ ସୁଯୋଗ ପାଇବା ମାତ୍ରେ ଆକ୍ରମଣ କରିବାର ସ୍ଥିତିରେ ଅଛନ୍ତି। ବୁଧବାର ମଧ୍ୟ ସେନା ଏହି ଅଞ୍ଚଳରେ ସର୍ଚ୍ଚ କରୁଥିବା ବେଳେ ସେନା ଉପରକୁ ଅତର୍କିତ ଗୁଳି ମାଡ କରାଯାଇଥିଲା, ସେତେବେଳେ ଉଭୟ ପାର୍ଶ୍ୱରୁ କିଛି ଗୁଳି ବିନିମୟ ହୋଇଥିଲା ହେଲେ ଆଜି ରବିବାର ଦିନ ଏହି ଅପରେସନ୍ ତୀବ୍ର ହୋଇଥିଲା ଯେଉଁଥିରେ ଏନକାଉଣ୍ଟର ପରେ ଆତଙ୍କବାଦୀ ନିହତ ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ସନ୍ଧାନରେ ହେଲିକପ୍ଟରଗୁଡ଼ିକୁ ଜଙ୍ଗଲ ଉପରେ ଉଡ଼ୁଥିବା ଦେଖିବାକୁ ମିଳିଛି । ସେନାର ଏହି ଅପରେସନରେ ଭାରତୀୟ ବାଯୁସେନା ମଧ୍ୟ ସହଯୋଗ କରିଥିବା ଜଣାପଡିଛି ​​କାରଣ ଜଙ୍ଗଲ ଘଞ୍ଚ ଏବଂ ଆତଙ୍କବାଦୀଙ୍କୁ ଖୋଜିବା କଷ୍ଟସାଧ୍ୟ ହୋଇଥିବାରୁ ବାୟୁସେନାର ସାହାର୍ଯ୍ୟ ନିଆଯାଇଛି । 

ସୂଚନାଯୋଗ୍ୟ ଯେ ଗତକାଲି ମଧ୍ୟ ଜାମ୍ମୁ କାଶ୍ମୀରର ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ଖୁର ବଟ ପୁର ନିକଟରେ ଭାରତୀୟ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଗତକାଲି ଟଳିଥିଲେ 4 ଆତଙ୍କବାଦୀ । ଏହି ଏନକାଉଣ୍ଟରରେ ଦୁଇଜଣ ସେନା କର୍ମଚାରୀ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଥିଲା । 

  • Tags:

Subscribe

National International State Sports Entertainment