ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସଟ୍‌ଡାଉନରେ ଚାଲିବ ମୋ ବସ୍‌
Khabar Odisha:commisonerate-police-set-68-cheking-point-weakend-shutdown

ଭୁବନେଶ୍ୱର,ଏପ୍ରିଲ(ଖବର ଓଡିଶା); ଅସନ୍ତା କାଲିଠାରୁ ରାଜ୍ୟର ସହରାଚଂଳ ମାନଙ୍କରେ ସପ୍ତାହନ୍ତ ସଟ୍‌ଡାଉନ ଲାଗୁ ହେଉଥିଲା ବେଳେ ଆଜି ଏହାକୁ ନେଇ ଟ୍ୱିନସିଟି ପୋଲିସ କମିଶନର ଏ ନେଇ କିଛି ଜରୁରି ସୁଚନା ଦେଇଛନ୍ତି । ପୋଲିସ କମିଶନର କହିଛନ୍ତି ଯେ ଆସନ୍ତା ଦୁଇ ଦିନ ପାଇଁ ଲାଗୁ ହେଉଥିବା ସଟଡାଉନ ପାଇଁ ଲୋକମାନଙ୍କୁ କଟକଣା ମାନି ରହିବାକୁ କହିଛନ୍ତି । 

ଏହହି ସମୟରେ ଟ୍ୱିନସିଟିରେ ୬୮ ସ୍ଥାନରେ କମିଶନରେଟ ପୋଲିସ ପକ୍ଷରୁ ଚକିଂ କରିବାକୁ ନିଷ୍ପତି ହୋଇଛି । ଏହି ସମୟରେ କେଉଁ ମାନେ ଅମାନିଆ ହୋଇ ସଟଡାଉନ ନିୟମ ପାଳନ କରିବେ ନାହିଁ ସେମାନଙ୍କ ଉପରେ କଡା କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି । 

ସଟଡାଉନ ସମୟରେ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କଟକଣ କୋହଳ କରାଯାଇଥିଲା ବେଳେ , ଏହି ସମୟରେ କୌଣଷି ପାସ୍ ଆବଶ୍ୟକତା ନାହିଁ ବୋଲି କମିଶନର କହିଛନ୍ତି । ଏହା ସହିତ ମୋ ବସ୍ ସେବାକୁ ସମ୍ପୁର୍ଣ୍ଣ ବାତିଲ କରିଦିଆ ଯଅଇଥିଲା ବେଳେ କେବଳ ଷ୍ଟେସନରୁ କଟକ ଏବଂ ଖୋର୍ଦ୍ଦା ମୋ ବସ୍ ଚାଲିବ ବୋଲି ସୂଚନା ରହିଛି ।

  • Tags:

Subscribe

National International State Sports Entertainment