ଭାଙ୍ଗିଲା ମେଣ୍ଟ ,ପୁଣି ଥରେ ରାଜ୍ୟର ମୁଖିଆ ଭାବେ ଶପଥ ନେଲେ ନୀତୀଶ କୁମାର ପାଟଣା, ଅଗଷ୍ଟ 10(ଖବର ଓଡ଼ିଶା): Share story: ଭାଙ୍ଗିଲା ମେଣ୍ଟ । ପୁଣି ଥରେ ରାଜ୍ୟର ମୁଖିଆ ଭାବେ ଶପଥ ନେଲେ ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର । ୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଜନତା ଦଳ ୟୁନାଇଟେଡ୍ ସୁପ୍ରିମୋ । ତାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ । ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଫଗୁ ଚୌହାନ । କେବଳ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ମନ୍ତ୍ରୀମଣ୍ଡଳର ଶପଥ ନେଇନଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ସୂଚନା ରହିଛି । ଖବର ଓଡ଼ିଶା, Reporter, 10/08/2022