ଗଭିର ଅବପାତରେ ପରିଣତ ହେଲା ଘୁର୍ଣ୍ଣିବଳୟ କ୍ଷେତ୍ର, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ର ରୂପ ନେବାର ସମ୍ଭାବନା
Khabar Odisha:The-epicenter-was-reported-below-the-Pacific-Ocean-floor-however-no-tsunami-alert-was-issued

ଭୁବନେଶ୍ୱର, ଡିସେମ୍ବର ୩(ଖବର ଓଡ଼ିଶା): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଥିବା ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ  ଲଘୁଚାପ କ୍ଷେତିୟଟି ଏକ ଗଭିର ଅବପାତରେ ପରିଣତ ହୋଇଛ । ଏହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ୩ ଡିସେମ୍ବର ସନ୍ଧ୍ୟା/ରାତ୍ରି ସମୟରୁ ବୃଷ୍ଟିପାତରେ ବୃଦ୍ଧି ସହ ଏବଂ ୩ ଡିସେମ୍ବର ରେ କିଛି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ୪ ରୁ ୫ ଡିସେମ୍ବର ୨୦୨୧ ରେ ଉପକୂଳ ଏବଂ ତତ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଗୋଟିଏ ରୁ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷର ସମ୍ଭାବନା ରହିଛି ।

ଡିସେମ୍ବର ୩ ବେଳକୁ ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନ, ଅବଶିଷ୍ଟ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ସେହିପରି ୪ ଡିସେମ୍ବର ରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଅଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ , ୫ ଡିସେମ୍ବର ରେ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଅବଶିଷ୍ଟ ଓଡ଼ିଶାର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ପାଣିପାଗ ବିଭାଗ ପକ୍ଷରୁ ପବନଜନିତ ଚେତାବନୀ ଜାରି କରାଯାଇଛି । ଏହା ପ୍ରଭାବରେ ଆଜିଠାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୁର୍ନି - ପବନ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୬୫ ରୁ ୭୫ କିମି ତଥା ଝଟକା ପବନ ୮୫ କିମି ବହିବାର ସମ୍ଭାବନା ରହିଛି । ଯାହା ପରବର୍ତୀ ସମୟରେ ଆହୁରି ବୃଦ୍ଧି ପାଇ ୪ ଡିସେମ୍ବର ସକାଳ ଠାରୁ ପରବର୍ତୀ ୨୪ ଘଣ୍ଟା ଯାଏଁ ଉତ୍ତରପଶ୍ଚିମ ତତ ସଂଲଗ୍ନ ପଶ୍ଚିମ - କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ବେଗ ୯୦ କିମି ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ବହିବାର ସମ୍ଭାବନା ରହିଛି । 

ଉତ୍ତର ଆନ୍ଧ୍ରପ୍ରଦେଶ- ତଥା ଓଡିଶା ଉପକୂଳରେ ୩ ଡ଼ିସେମ୍ବର ମଧ୍ୟ ରାତ୍ରି ରୁ ଝଡ ପବନ ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସର୍ବାଧୂକ ୬୫ କିମି ବହିବାର ସମ୍ଭାବନା ରହିଛି । ଏହା ଧୀରେ ଧୀରେ ବୃଦ୍ଧି ହୋଇ ୪ ତାରିଖ ଅପରାହ୍ନ ଠାରୁ ପରବର୍ତୀ ୧୨ ଘଣ୍ଟା ଯାଏଁ ଝଡ ପବନ ଘଣ୍ଟା ପ୍ରତି ବେଗ ୭୦ ରୁ ୮୦ କିମି ସର୍ବାଧିକ ୯୦ କିମି ରହିବାର ସମ୍ଭାବନା ରହିଛି । ଏହି ସମୟରେ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ଆଜିଠାରୁ ସମୁଦ୍ର ଅଶାନ୍ତ ରହିବା ସହ , ପଶ୍ଚିମ - କେନ୍ଦ୍ରୀୟ ଏବଂ ତତ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୪ ତାରିଖ ଭୋଗ ପରଠାରୁ ପରବର୍ତୀ ୨୪ ଘଣ୍ଟା ଯାଏଁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି ।

୩ ଡିସେମ୍ବର ମଧ୍ୟ ରାତ୍ରି ପରଠାରୁ ଉତ୍ତର - ଆନ୍ଧ୍ର ଏବଂ ଓଡିଶା ଉପକୂଳ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ସହ ୪ ତାରିଖ ଅପରାହ୍ନରୁ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରିହୋଇଥିବା ଚେତାବନୀ ଅନୁଯାୟି ଦକ୍ଷିଣ - ପୂର୍ବ ବଙ୍ଗୋପସାଗର ଏବଂ ତତ ସଂଲଗ୍ନ ପୂର୍ବ - କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳକୁ ୩ ଡ଼ିସେମ୍ବର ଯାଏଁ , ସେହିପରି ପଶ୍ଚିମ କେନ୍ଦ୍ରୀୟ ଏବଂ ତତ ସଂଲଗ୍ନ ଉତ୍ତର - ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ତଥା ଉତ୍ତର ଆନ୍ଧ୍ରପ୍ରଦେଶ - ଓଡିଶା - ପଶ୍ଚିମବଙ୍ଗ ଉପକୂଳକୁ ୩ ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସୂଚନା ଜାରି କରାଯାଇଛି । ଆଜି ସୁଦ୍ଧା ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ସୂଚନା ଜାରି କରାଯାଇଛି । 

  • Tags:

Subscribe

National International State Sports Entertainment